ମନେପଡ଼େ ମହାବାତ୍ୟା, ଅକ୍ଟୋବର କାଳ ରାତିକୁ ଭୁଲିନି ଗଞ୍ଜାମ, ରାତି ୯ରୁ ବଢ଼ିଥିଲା ପବନ ବେଗ...
୨୫ ବର୍ଷ ତଳେ ଗଞ୍ଜାମବାସୀ ଦେଖିଥିଲେ ପ୍ରକୃତିର କରାଳ ରୂପ । ୧୯୯୯ ଅକ୍ଟୋବର ମହାବାତ୍ୟାରେ ଲିଭି ଯାଇଥିଲା ୧୮୩ । କେତେ ଭୟାନକ ଥିଲା ୧୮ ତାରିଖ କାଳ ରାତି ?
ବ୍ରହ୍ମପୁର: 1999 ମସିହା ଅକ୍ଟୋବର 29 ତାରିଖ ମହାବାତ୍ୟାକୁ ଓଡି଼ଶାବାସୀ କେବେବି ଭୁଲି ପାରିବେନି । କିନ୍ତୁ ଏହା ପୂର୍ବରୁ ଅକ୍ଟୋବର 18 ତାରିଖରେ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଥିଲା ବାତ୍ୟା। ବାତ୍ୟାର ଆଶଙ୍କା ରହିଥିବା ନେଇ ମିଳିଥିଲା ସୂଚନା । ଆଉ ଏହାପରେ
ଗଞ୍ଜାମ ଉପକୂଳରେ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ । ଆଉ ତା ପରେ ଯାହା ହୋଇଥିଲା, କେବଳ ନିକଟରୁ ଦେଖିଥିବା ଲୋକେ ହିଁ କହିପାରିବେ ?
୧୯୯୯ ବାତ୍ୟା ଓ ଗୋପାଳପୁର:
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଗୋପାଳପୁର ବେଳାଭୂମି । ୧୯୯୯ ଅକ୍ଟୋବର ୧୮ରେ ଏହାର ସ୍ଥଳଭଗକୁ ସ୍ପର୍ଶ କରି ତାଣ୍ଡବ ରଚିଥିଲା ବାତ୍ୟା । ରାତି ପାହିଲା ବେଳକୁ ସବୁ କିଛି ଛାରଖାର ହୋଇ ଯାଇଥିଲା । ମାଟିରେ ମିଶିଥିଲା ସହ ସହ ଘର, କେଇ ମୁହୂର୍ତ୍ତରେ ଚାଲିଯାଇଥିଲା ଶତାଧିକ ଜୀବନ । ସେହି ମହାବାତ୍ୟାକୁ ଆଜି 25 ବର୍ଷ ପୂରିଛି, ପ୍ରକୃତିର ସେ ତାଣ୍ଡବ ମନେ ପଡିଲେ ଆଜିବି ଗଞ୍ଜାମବାସୀଙ୍କ ଛାତି ଥରି ଉଠୁଛି, ଟାଙ୍କୁରି ଉଠୁଛି ଲୋମ ।
ମନେପଡ଼େ ମହାବାତ୍ୟା, ଅକ୍ଟୋବର କାଳ ରାତିକୁ ଭୁଲିନି ଗଞ୍ଜାମ, ରାତି ୯ରୁ ବଢ଼ିଥିଲା ପବନ ବେଗ...
୨୫ ବର୍ଷ ତଳେ ଗଞ୍ଜାମବାସୀ ଦେଖିଥିଲେ ପ୍ରକୃତିର କରାଳ ରୂପ । ୧୯୯୯ ଅକ୍ଟୋବର ମହାବାତ୍ୟାରେ ଲିଭି ଯାଇଥିଲା ୧୮୩ । କେତେ ଭୟାନକ ଥିଲା ୧୮ ତାରିଖ କାଳ ରାତି
ମହାବାତ୍ୟାକୁ ୨୫ ବର୍ଷ, ଯାଇଥିଲା ୧୮୩ ଜୀବନ
1999 ମସିହାର ଅକ୍ଟୋବର ମାସ 18 ତାରିଖ । ଗଞ୍ଜାମ ଉପକୂଳରେ ସେ ଦିନର ଅପରାହ୍ନରୁ ହିଁ ଆରମ୍ଭ ହୋଇଥିଲା ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ସମୟ ବଢିବା ସହିତ ବାତ୍ୟାର ପ୍ରଭାବ ବୃଦ୍ଧି ପାଇଥିଲା । ସେହି ସମୟର ସାଟେଲାଇଟ୍ ଫୋନ୍ ରୁ ଖବର ମିଳିବା ପରେ ସମୁଦ୍ର କୂଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଖବର ଦିଆଯାଇଥିଲା । ହେଲେ ଏହାର କିଛି ଘଣ୍ଟା ମଧ୍ୟରେ ବାତ୍ୟାର କରାଳ ରୂପ ଧାରଣ କରି ସବୁକିଛି ନିମିଶକେ ମଧ୍ୟରେ ଛାରଖାର କରି ଦେଇଥିଲା । ରାତି ପାହିବା ବେଳେକୁ ମାଟିରେ ମିଶିିଥିଲା ଶହ ଶହ ଘର, ସମ୍ପର୍କୀୟଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଚତୁର୍ଦିଗ । ଜିଲ୍ଲାରୁ କେବଳ ୧୮୩ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡେ ।
ମନରୁ ଲିଭିନି ମହାବାତ୍ୟା କରାଳ ରୂପ :
ବାତ୍ୟା ପ୍ରଭାବରେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଅନେକ କଚା ଘର ବହୁ ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିଲା । ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରି ଆସୁଥିବା ମତ୍ସଜୀବୀ ପରିବାରଙ୍କ ଠାରୁ ଆରମ୍ଭ କରି ଗରୀବ ପରିବାରର ବ୍ୟକ୍ତିବିଶେଷ ମାନେ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ । ଆଉ ସେହି ବାତ୍ୟା ଓଡିଶାର ମହାବାତ୍ୟା ଭାବରେ ପରିଚିତ ରହିଥିବା ବେଳେ ଏବେବି ଉକ୍ତ ଘଟଣାକୁ କ୍ୟାମେରା ସାମ୍ନାରେ ବଖାଣିଛନ୍ତି ସମୁଦ୍ର କୂଳରେ ରହୁଥିବା ମତ୍ସ୍ୟଜୀବୀ ।
ବାତ୍ୟାରୁ କଣ ଶିକ୍ଷା ପାଇଲା ଗଞ୍ଜାମ:
ମହାବାତ୍ୟା ପରେ ଗଞ୍ଜାମ ଜିଲ୍ଲାବାସୀ ଅନେକ କିଛି ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ବ୍ୟକ୍ତି ବିଶେଷ ମାନେ ବାତ୍ୟା ଓ ବନ୍ୟାକୁ କିପରି ମୁକାବିଲା କରିବେ ତାହାକୁ ନେଇ ଦିଆଯାଇଥିଲା ଅଧିକ ଗୁରୁତ୍ୱ । ପ୍ରତ୍ୟେକ ଗ୍ରାମ ଏବଂ ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରକାର କମିଟି କରାଯାଇ ନିୟମିତ ବ୍ୟବଧାନରେ ତାଲିମ ଏବଂ ଅଭ୍ୟାସ ଆରମ୍ଭ ହୋଇଥିଲା । ପୂର୍ବରୁ ବାତ୍ୟାର ପ୍ରଭାବ କିପରି ରହିବ ସେନେଇ ଯଥା ସମୟ ପୂର୍ବରୁ ସୂଚନା ପହଞ୍ଚିନଥିବା ଯୋଗୁଁ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଥାଏ । ପରବର୍ତ୍ତୀ ସମୟରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଆଧୁନିକରଣ ବ୍ୟବସ୍ଥା ମାଧ୍ୟମରେ ତୁରନ୍ତ ସୂଚନା ପହଞ୍ଚିବାଠାରୁ ଆରମ୍ଭ କରି ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ପହଞ୍ଚାଇବା ଭଳି କାର୍ଯ୍ୟ କରାଯାଉଛି ।
ସମ୍ଭାବ୍ୟ ବାତ୍ୟାକୁ ନେଇ କେତେ ପ୍ରସ୍ତୁତ ଗଞ୍ଜାମ ?
ମହାବାତ୍ୟା ପରେ ବ୍ୟାପକ ସଚେତନତା ସହିତ ସଧାରଣ ଜନତାଙ୍କ ଭାଗୀଦାର ଏବଂ ସହଯୋଗ ଯୋଗୁଁ ଗଞ୍ଜାମ ଉପକୂଳରେ ତାର ପରବର୍ତ୍ତୀ ସମୟରେ ଦେଖାଯାଇଥିବା କେତେକ ବାତ୍ୟାର ଜିଲ୍ଲା ପ୍ରଶାସନ ସଠିକ ମୁକାବିଲା କରିଥିଲା । 2013 ମସିହାର ଫାଇଲିନର ବାତ୍ୟାରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, 2018ମସିହାର ତିତିଲି ବାତ୍ୟା 15 ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ କିଛି ବର୍ଷ ଧରି ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟରେ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ଜିଲ୍ଲାରେ ଅଦ୍ୟାବଧି 78 ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ 32 ଗୋଟି ବହୁମୁଖୂ ବନ୍ୟା ଆଶ୍ରୟସ୍ଥଳ ରହିଛି । ବିପର୍ଯ୍ୟୟର ମୁକାବିଲା କିପରି କରିହେବ ସେନେଇ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
2013ରେ ଫାଇଲିନ ବାତ୍ୟାରେ ୨୦ ଜଣ ମୃତ୍ୟୁ
2018ରେ ତିତିଲି ବାତ୍ୟାରେ ଯାଇଥିଲା ୧୫ ଜୀବନ
ଗଞ୍ଜାମ ଜିଲ୍ଲାରେ ୭୮ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ
୩୨ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏନେଇ କହିଛନ୍ତି, ''ବାତ୍ୟାକୁ ନେଇ ବିଭିନ୍ନ ସ୍ଥରରେ ଆମର ପ୍ରସ୍ତୁତି ଜାରି ରହିଛି । ଡିଜାଷ୍ଟର ମ୍ୟାନେଜମେଣ୍ଟ, ରେସପନସ ଟିମ ପୂରା ପ୍ରସ୍ତୁତ । ବିଭିନ୍ନ ସ୍ତରରେ ବାତ୍ୟା ମୁକାବିଲା ପାଇଁ ଅଭ୍ୟାସ ଜାରି ରହିଛି । ସବୁ ସ୍ଥାନରେ ଉପଯୁକ୍ତ ବ୍ୟବସ୍ଥା ଅଛି ନା ନାହିଁ ତାହା ଯାଞ୍ଚ କରାଯାଉଛି । ''
1999 ମସିହା ମହାବାତ୍ୟା:
1999 ମସିହାର ସେହି ମହାବାତ୍ୟାରେ ପ୍ରଥମେ ଅକ୍ଟୋବର 18 ତାରିଖରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମେତ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ଅକ୍ଟୋବର 29 ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଉପକୂୂଳରେ ଦେଖାଦେଇଥିବା ମହାବାତ୍ୟାରେ ପ୍ରାୟ 10 ହଜାର ଲୋକଙ୍କ ଜୀବନ ଯାଇଥିଲା ।By ETV Bharat Odisha Team
Published : Oct 18, 2024, 2:39 PM IST
ଇଟିଭି ଭାରତ, ବ୍ରହ୍ମପୁର