Live weather

Rabu, 20 April 2022

WHEN BERHAMPUR AIRPORT?

ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।
ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ପତ୍ର ପରେ ପତ୍ର ଲେଖୁଛନ୍ତି ଓ ସବୁ ପଦକ୍ଷେପ ନେଇଛନ୍ତି।
ଉତ୍କେଳା, ଜୟପୁର, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ରାଜ୍ୟ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି।
ପୂର୍ବରୁ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସବୁ ଚେଷ୍ଟା କରିବି ବୋଲି କହୁଥିବା ବ୍ରହ୍ମପୁର ସାଂସଦ Chandra Sekhar Sahu ମହୋଦୟ ବର୍ତ୍ତମାନ 'କେନ୍ଦ୍ର ସରକାର' ଦାଇ ବୋଲି କହୁଛନ୍ତି କିନ୍ତୁ
କାହିଁକି ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି ଓ ଯଦି କରିଛନ୍ତି, କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଚିଠି ଆଜି ପର୍ଯ୍ୟନ୍ତ କାହିଁକି ଲେଖି ନାହାନ୍ତି, ଗୋଟେ ଥର କାହିଁକି ପ୍ରସ୍ତାବ ପଠାଇ ନାହାଁନ୍ତି ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି। ସାଂସଦ ମହୋଦୟ ଏହାକୁ ସ୍ଵଷ୍ଟ କରିବା ଉଚିତ୍। ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇ CM Naveen Patnaik ବାବୁ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ସେହି ଜିଲ୍ଲା ପ୍ରତି ଏ ଘୃଣା ଭାବ କାହିଁକି ତାହା ସ୍ଵଷ୍ଟ କରିବା ଉଚିତ୍।
#airport4berhampur ବା ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ର ଇତିହାସ ଓ ବର୍ତ୍ତମାନ ସ୍ଥିତି ସଂପର୍କ ରେ ସବୁ ତଥ୍ୟ ଜାଣିବା ପାଇଁ ଏହି ଲେଖା ଟି ପଢନ୍ତୁ🙏🏼


 

Tiada ulasan:

Catat Ulasan