Live weather

Saturday, April 29, 2023

ବ୍ରହ୍ମପୁର ଷ୍ଟେସନର ବିକାଶ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ସି.ପି.ଟି.ଏମ ଙ୍କ ସହ ଆଲୋଚନା କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

ବ୍ରହ୍ମପୁର ଷ୍ଟେସନର ବିକାଶ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ସି.ପି.ଟି.ଏମ ଙ୍କ ସହ ଆଲୋଚନା କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମାପ୍ତ କରିବାକୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ର ସର୍ବ ପୁରାତନ ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ, ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ପ୍ରତିଷ୍ଠା ଓ ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରି ସାରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆଜି ପୂର୍ବତଟ ରେଳବାଇର ଉପ- ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଓ ସି.ପି.ଟି.ଏମ ଶ୍ରୀ ଜେ.ପି ମିଶ୍ର ଙ୍କ ସହ ଇଷ୍ଟକୋଷ୍ଟ ରେଲୱେ କାର୍ଯ୍ୟାଳୟ ଭୁବନେଶ୍ବର ଠାରେ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି। 

👉ଏହି ଅବସରରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଦସ୍ୟ ରେଳବାଇର ଉପ- ମହାପ୍ରବନ୍ଧକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରି 

୧୩୦ ବର୍ଷ ପୁରୁଣା ବ୍ରହ୍ମପୁର ଷ୍ଟେସନ କୋଠା ର ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର ନିକଟବର୍ତ୍ତୀ ଜଗନ୍ନାଥପୁର ବା ସୋରଳ ରେ ରେଳ ରହିବା ଓ ଛାଡ଼ିବା ପାଇଁ ରେଳ ଟର୍ମିନାଲ ନିର୍ମାଣ, ୫-୬ ନମ୍ବର ପ୍ଲାଟଫର୍ମ ର ନିର୍ମାଣ, ଗରିବ ରଥ ଓ ସବୁ ଟ୍ରେନ ର ରହଣି କୁ ସୁନିଶ୍ଚିତ କରିବା, ଲିଫ୍ଟ, ପ୍ରତି ପ୍ଲାଟଫର୍ମ ରେ ଡିସପ୍ଲେ ବୋର୍ଡ଼, ଆଲୋକ, ପାଣି, ଖାଇବା ର ସୁବ୍ୟବସ୍ଥା, ସବୁ ପ୍ଲାଟଫର୍ମ ରେ ଓ ଷ୍ଟେସନ ବାହାରେ ଶୌଚାଳୟ ସହ ଲୋକାଲ ଟ୍ରେନ ଗୁଡ଼ିକୁ ଚଳାଇବା ଓ ଲୋକାଲ ଟିକେଟ ବିକ୍ରି କେନ୍ଦ୍ର/ମେସିନ ଶୀଘ୍ର ସ୍ଥାପନ ପାଇଁ ଦାବି କରାଯାଇ ଥିଲା।

👉ବ୍ରହ୍ମପୁର ରୁ ଆରମ୍ଭ ହେଉଥିବା ମେମୁ ଟ୍ରେନକୁ ଗୁଣୁପୁର କୁ ସମ୍ପ୍ରସାରିତ କରାଯିବା ଓ ନୂଆଁ ମେମୁ ଟ୍ରେନ ନଥିବା ଯୋଗୁଁ  ବ୍ରହ୍ମପୁର ଠାରୁ କଟକ, ଭୁବନେଶ୍ବର, ପୁରୀ ଓ ବିଶାଖାପାଟଣା କୁ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇ ଯାଇଥିବା ରୁ ସ୍ଵତନ୍ତ୍ର ମେମୁ ବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଦ୍ଵାରା ଏହି ସବୁ ସହରକୁ ତୁରନ୍ତ ସଂଯୋଗ କରିବା କୁ ଦୃଢ଼ ଦାବି କରାଯାଇଥିଲା। 

👉ଏହା ସହ ୧୮୫୨୫ ବ୍ରହ୍ମପୁର -ବିଶାଖାପାଟଣା ଇଣ୍ଟରସିଟି ର ସମୟ ପରିବର୍ତ୍ତନ କରି ସକାଳ ୬.୩୦ କରିବା ଓ ସକାଳୁ ବ୍ରହ୍ମପୁର - କଟକ ଏକ୍ସପ୍ରେସ ଟ୍ରେନ ତୁରନ୍ତ ଆରମ୍ଭ କରିବାକୁ ଦାବି କରାଯାଇଥିଲା। 

👉ବହୁ ପ୍ରତିକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର ଭାୟା ତାରାତାରିଣୀ- ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର-ମାଲକାନଗିରି ଓ ମାଲକାନଗିରି- ନବରଙ୍ଗପୁର ରେଳପଥ ର କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଓ ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ, ଜୟପୁର, ପୁରୀ ଓ ଅନ୍ୟ ସହରକୁ ପ୍ରତିଦିନ ଏକ୍ସପ୍ରେସ ଟ୍ରେନ ଚଲାଇବା ପାଇଁ ଦାବି କରାଯାଇଥିଲା।

👉ଭୁବନେଶ୍ବର, ପୁରୀ ଓ ବିଶାଖାପାଟଣା ରେ ଅଟକି ଯାଉଥିବା ଅନେକ ଏକ୍ସପ୍ରେସ ଓ ସାପ୍ତାହିକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ଓ ଭୁବନେଶ୍ୱର ରୁ ଦିଲ୍ଲୀ ରାଜଧାନି ଟ୍ରେନ କୁ ବ୍ରହ୍ମପୁର, ରାୟଗଡ଼ା ଓ ଦକ୍ଷିଣ ଓଡ଼ିଶା ଦେଇ ଚଳାଇବା ପାଇଁ ଅନୁରୋଧ କରାଯାଇ ଥିଲା।

👉👉ଏହା ବ୍ୟତୀତ ଦକ୍ଷିଣ ଓଡ଼ିଶା ର ଇଷ୍ଟଦେବୀ ମା' ତାର ତାରିଣୀ କିମ୍ବା ବରପୁତ୍ର ଯଥା ଉପେନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ଚକରା ବିଶୋଇ, ଲକ୍ଷ୍ମଣ ନାୟକଙ୍କ ନାଁ ରେ ଦୂରଗାମୀ ରେଳ ଗାଡି ଗୁଡ଼ିକୁ ନାମ କରଣ କରିବା ପାଇଁ ଦାବି କରାଯାଇଥିଲା।      

ସୁଚନା ଯୋଗ୍ୟ ଅତି ପଛୁଆ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନ୍ଦୋଳନ କରି ଆସୁଛି। ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଙ୍କୁ ଅନେକ ଥର ଦାବିପତ୍ର ପ୍ରଦାନ କରି କିଛି ଦାବି ହାସଲ କରିଛି। କିନ୍ତୁ ଦକ୍ଷିଣ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଦୃତ ଗତିରେ କାମ କରିବାର ଆବଶ୍ୟକତା ରହି ଥିବା ଫୋରମ୍ ସଦସ୍ୟ ମାନେ ରେଳବାଇର ଉପ ମହାପ୍ରବନ୍ଧକ ଙ୍କ ସହ ଆଲୋଚନା ବେଳେ ଅବଗତ କରାଇଥିଲେ।

ଏହି ଆଲୋଚନା କୁ ଗମ୍ଭୀରତାର ସହ ଶୁଣିବା ପରେ ରେଳବାଇର ଉପ-ମହାପ୍ରବନ୍ଧକ ଯଥା ଶୀଘ୍ର କିଛି ସମସ୍ୟା ର ଆଶୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। 

ସି.ପି.ଟି.ଏମ ଶ୍ରୀ ଜେ.ପି ମିଶ୍ର, ୧୮୫୨୫ ବ୍ରହ୍ମପୁର -ବିଶାଖାପାଟଣା ଇଣ୍ଟରସିଟି ର ସମୟ ପରିବର୍ତ୍ତନ କରି ସକାଳ ୬.୩୦ କରିବା, ବ୍ରହ୍ମପୁର -କଟକ ଓ ପୁରୀ ପାଇଁ ଟ୍ରେନ ବ୍ୟବସ୍ଥା କରିବା ଓ ରହୁନଥିବା କିଛି ଟ୍ରେନ ର ରହଣି ନିଶ୍ଚିତ କରିବାକୁ ଆଶ୍ଵାସନା ଦେଇଥିଲେ। 

ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର ଓ B ଶଙ୍କର ପାତ୍ର, ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରବୀଣ ପଟ୍ଟନାୟକ, ବିନୋଦ ସାବତ ଓ ଏନ. ନୀଳମାଧବ ପାତ୍ର ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରାମ ପ୍ରସାଦ ତ୍ରିପାଠୀ

ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

ମୋ: 9717982250

Mail: odf2000@gmail.com

Odisha Development Forum

Press Release, 28 March, 2023

#BrahmapurRailwayStation #South







No comments:

Post a Comment