ଧୁମଧାମରେ ଚାଲିଛି ମା' ବୁଢ଼ୀ ଠାକୁରାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଦ୍ଵିବାର୍ଷିକ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ବ୍ରହ୍ମପୁର ସହର। ପ୍ରତିଦିନ ମା' ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରୁଥିବା ବେଳେ, ସହରର ଗଳି ଗଳିରେ ଅନେକ କଳାକୁଞ୍ଜ ଶୋଭା ପାଉଛି। ମା' ଙ୍କ ଯାତ୍ରା ପାଇଁ ଘରେ ଘରେ କୁଣିଆ ଚର୍ଚ୍ଚା। ମା' ଯେମିତି ତାଙ୍କ ବାପ ଘରକୁ ଆସିଛନ୍ତି ସେହିପରି ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ପ୍ରତି ପରିବାରର ବିବାହିତ ଝିଅ ମାନେ ସେମିତି ନିଜ ବାପ ଘରକୁ ଆସି ଯାତ୍ରା ର ମଜା ନେଉଛନ୍ତି। ବ୍ରହ୍ମପୁର ଓ ଗଞ୍ଜାମ ଛଡ଼ା ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ, ଛତିଶଗଡ ପ୍ରଭୁତି ଅଞ୍ଚଳରୁ ଭକ୍ତଙ୍କ ପ୍ରବଳ ଭିଡ ହେଖିବାକୁ ମିଳୁଛି।
ଜୟ ମା' ବୁଢୀ ଠାକୁରାଣୀ 🌺🙏🙏🌺



















Tiada ulasan:
Catat Ulasan