Live weather

Showing posts with label ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟକାରୀ ହୋଇଥିବା (ଆଇଟିଏମ୍‌ଏସ୍‌). Show all posts
Showing posts with label ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟକାରୀ ହୋଇଥିବା (ଆଇଟିଏମ୍‌ଏସ୍‌). Show all posts

Friday, August 30, 2019

ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ: ମନ୍ତ୍ରୀ ପ୍ରତାପ ଜେନା

Image may contain: text

👉👉👉ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ (AS TOLD BY THE MINISTER)
👉👉ଲାଗୁ ହେବାର ପ୍ରଥମ ଦିନ ରେ ITMS ମାଧ୍ୟମରେ ୧୩ ଜଣ ଖିଲାପକାରୀ ମୋଟର ସାଇକେଲ ଚାଳକଙ୍କୁ ୧୧୦୦ ଟଙ୍କାରୁ ଆରମ୍ଭ କରି ୨୬୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ପାଇଁ ମୋବାଇଲକୁ ନୋଟିସ ଜାରି ହୋଇଅଛି । ସେଥି ମଧ୍ୟରୁ ୨ ଜଣ ମହିଳା ଅଛନ୍ତି ।
ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ। 
ବ୍ରହ୍ମପୁର ଗସ୍ତରେ ଆସି ବିଏମ୍‌ସିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ବିଏମ୍‌ସି ପରିସରରେ ପ୍ରାୟ ୭ କୋଟି ଟଙ୍କା ବିନିମୟରେ ସହରର ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଦିଗରେ କାନାଡା ଟେକ୍ନୋଲୋଜିରେ ପ୍ରସ୍ତୁତ ଇଣ୍ଟିଗ୍ରେଟେଡ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ଓ ସିଟି ସର୍ଭେଲାନ୍ସ ସିଷ୍ଟମର ମନ୍ତ୍ରୀ ଶୁଭାରମ୍ଭ କରିଥିଲେ।