Live weather

Showing posts with label Airport berhampur. Show all posts
Showing posts with label Airport berhampur. Show all posts

Wednesday, April 20, 2022

ବ୍ରହ୍ମପୁର ବିମାନ ବନ୍ଦର, ୧୮ ଟି ପଞ୍ଚାୟତ କୁ BMC ରେ ମିଶାଇବା ଓ ଟ୍ରାଫିକ କୁ ଠିକ୍ କରିବା ପାଇଁ ବ୍ରହ୍ମପୁର ମେୟରଙ୍କ ସହ 'ଓଡ଼ିଶା ଡେଭଲପମେଣ୍ଟ ଫୋରମ' ର ବିସ୍ତୃତ ଆଲୋଚନା ଓ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ବିମାନ ବନ୍ଦର ପାଇଁ ନୂଆଁ ଜାଗା ଚିହ୍ନଟ, ୧୮ ଟି ପଞ୍ଚାୟତ କୁ BMC ରେ ତୁରନ୍ତ ମିଶାଇବା, ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଟ୍ରାଫିକ କୁ ଠିକ୍ କରିବା ପାଇଁ ବ୍ରହ୍ମପୁର ମେୟରଙ୍କ ସହ 'ଓଡ଼ିଶା ଡେଭଲପମେଣ୍ଟ ଫୋରମ' ର ବିସ୍ତୃତ ଆଲୋଚନା ଓ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ବ୍ରହ୍ମପୁର ଠାରେ ନିତିଦିନିଆ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଅତିଶିଘ୍ର ନୂଆଁ ଜାଗା ଚିହ୍ନଟ କରିବା, ୧୮ ଟି ସହର ତଳି ପଞ୍ଚାୟତ କୁ BMC ରେ ସାମିଲ କରିବା, ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ କୁ ଠିକ୍ କରିବା ଓ ଟ୍ରାଫିକ କୁ ନିୟନ୍ତ୍ରଣ କରିବା ପାଇଁ ଗେଟ୍ ବଜାର, First- ଗେଟ୍ ଠାରେ ଫ୍ଲାଇ-ଓଭର ନିର୍ମାଣ ପ୍ରଭୃତି ଦାବି କୁ ନେଇ ବ୍ରହ୍ମପୁର ର ନୂତନ ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ ଙ୍କ ସହ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁଇ ଦିନ ଧରି ବିସ୍ତୃତ ଆଲୋଚନା କରି ଏହିସବୁ ସମସ୍ୟା ର ଆଶୁ ସମାଧାନ ପାଇଁ ଦାବି କରିଛନ୍ତି।
ବ୍ରହ୍ମପୁର ର ନୂତନ ମେୟର୍ ଭାବେ ଶପଥ ନେବା ପରେ ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କ ସହ ସହରର ବିକାଶ କୁ ନେଇ ଏହା ପ୍ରଥମ ବିସ୍ତୃତ ଆଲୋଚନା।
ଓଡ଼ିଶାର ସର୍ବ ପୁରାତନ ସହର ଓ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ରାଜ୍ୟ ସରକାର ତଥା ପ୍ରଶାସନ ର କ୍ରମାଗତ ବୈମାତୃକ ଓ ଉଦାସୀନତା ମନୋଭାବ କୁ ବନ୍ଦ୍ କରିବାକୁ ମଧ୍ୟ କାର୍ଯ୍ୟକର୍ତ୍ତା ଅନୁରୋଧ କରିଥିଲେ।
ବ୍ରହ୍ମପୁରର କଳେବର ୧୯୮୦ ରୁ ବଢ଼ିନାହିଁ, ୧୮ ପଞ୍ଚାୟତ BMC ରେ ୨୦୦୮ ରୁ ମିଶିପାର ନାହିଁ, ସମ୍ପୂର୍ଣ ରିଙ୍ଗ ରୋଡ ନିର୍ମାଣ ହୋଇପାରିଲା ନାହିଁ, ବ୍ରହ୍ମପୁର Airport ପାଇଁ ଜାଗା ଚିହ୍ନଟ କରିନଥିବାରୁ କେନ୍ଦ୍ର କୁ ରାଜ୍ୟ ସରକାର ପ୍ରସ୍ତାବ ପଠାଉ ନାହିଁ, ହାଇକୋର୍ଟ ବେଞ୍ଚ ହୋଇ ପାରିଲା ନାହିଁ, ଭାରତମାଳା ରାସ୍ତା ପୁରୀ ରୁ ଗୋପାଳପୁର କରାଇ ଦିଆଯାଉ ନାହିଁ କିମ୍ବା ବ୍ରହ୍ମପୁର ର ବିକାଶ ପାଇଁ କୌଣସି କଳ କାରଖାନା ବା ଅନ୍ୟ ବିକାଶ କାମ ହେଉନାହିଁ।
ତେଣୁ ଏହି ଜିଲ୍ଲା ରୁ ପ୍ରାୟ ୧୫ ରୁ ୨୦ ଲକ୍ଷ ଲୋକ ଜୀବିକା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଆଞ୍ଚଳିକ ବୈଷମ୍ୟ ରାଜ୍ୟର ଭବିଷ୍ୟତ ପାଇଁ ହିତକର ନୁହଁ ବୋଲି ଫୋରମ୍ କାର୍ଯ୍ୟକର୍ତ୍ତା ମତବ୍ୟକ୍ତ କରିଥିଲେ।
ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଉତ୍କେଳା, ଜୟପୁର, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ରାଜ୍ୟ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି।
ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ମଧ୍ୟ ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି।
ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ସେହି ଜିଲ୍ଲା ପ୍ରତି ଏ ଘୃଣା ଭାବ କାହିଁକି? ବୋଲି ଫୋରମ୍ ପ୍ରଶ୍ନ କରିଥିଲା।
ସାରା ଓଡ଼ିଶା ପାଇଁ ଗୋଟେ ନିୟମ ଓ ବ୍ରହ୍ମପୁର ପାଇଁ ଆଉ ଗୋଟେ ନିୟମ କାହିଁକି? ବୋଲି ଫୋରମ୍ ପ୍ରଶ୍ନ କରିଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ଓ ଆମରଣ ଅନସନରେ ବସିବାକୁ ଫୋରମ୍ ତରଫରୁ ଚେତାବନୀ ଦିଯାଇଥିଲା।
ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ
ନୂଆଁ ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ ପ୍ରତ୍ରିଶୃତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ ଓ ପ୍ରିତୀଷ ପାଣିଗ୍ରାହୀ, ସହ-ସଚିବ ମାନସ ରଞ୍ଜନ ପାତ୍ର, ବରିଷ୍ଠ
କାର୍ଯ୍ୟକାରୀ ସଦସ୍ୟ କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ଫୋରମ୍ ଉପଦେଷ୍ଟା ରମେଶ ଚନ୍ଦ୍ର ସାହୁ ଙ୍କ ସହ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Email: odf2000@gmail.com