Live weather

Thursday, December 22, 2022

ଗଞ୍ଜାମ ଜିଲ୍ଲାର ବୋମକେଇ ହସ୍ତତନ୍ତ ଶିଳ୍ପକୁ ମିଳିବାକୁ ଯାଉଛି ପୁଣି ଏକ ଉଲ୍ଲେଖନୀୟ ସ୍ବୀକୃତି

👏ବୋମକେଇ ଓଢ଼ଣୀରେ ସ୍ବଚ୍ଛତା ବାର୍ତ୍ତା: ହସ୍ତତନ୍ତ ପୁରସ୍କାର ଦୌଡ଼ରେ ସାମିଲ 

 👏ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ବୁଣାକାରଙ୍କ ଦ୍ଵାରା ତିଆରି କରାଯାଉଥିବା ଶାଢ଼ୀ ବୋମକେଇ ଶାଢ଼ୀ ଭାବେ ପରିଚିତ।

ଗଞ୍ଜାମ ଜିଲ୍ଲାର ହସ୍ତତନ୍ତ ଶିଳ୍ପକୁ ପୁଣି ଏକ ଉଲ୍ଲେଖନୀୟ ସ୍ବୀକୃତି ମିଳିବାକୁ ଯାଉଛି। ଗଞ୍ଜାମର ଅନ୍ୟତମ ହାତ ତିଆରି କାରିଗରୀ ତଥା ବୋମକେଇ ପାଟ ଶାଢ଼ୀ ସହ ସମ୍ପୃକ୍ତ ଓଢ଼ଣୀରେ ନିଆରା ଡିଜାଇନ୍ ରାଜ୍ୟ ହସ୍ତତନ୍ତ ପୁରସ୍କାର ଦୌଡ଼ରେ ସାମିଲ୍ ହୋଇପାରିଛି। ଆଉ ଏହା ପଛରେ ରହିଛନ୍ତି ଜଣେ ଯୁବ ବୁଣାକାର ୟୁ.ନୀଳକଣ୍ଠ। ନିଜ ହାତବୁଣା ଓଢ଼ଣୀରେ ସ୍ୱଚ୍ଛତାର ଚିତ୍ର ଆଙ୍କି ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ସେ। ଆଉ ସେଥିପାଇଁ ଓଢ଼ଣୀ ଦେହରେ ବୁଣା ଯାଇଥିବା ସ୍ୱଚ୍ଛତାର ଚିତ୍ର ରାଜ୍ୟ ହସ୍ତତନ୍ତ ପୁରସ୍କାର ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇପାରିଛି। 

ହାତତିଆରି ଉତ୍ପାଦନ ପ୍ରସ୍ତୁତ କରୁଥିବା ପାରମ୍ପରିକ ବୁଣାକାରଙ୍କ ଗ୍ରାମ ଭାବେ ନାଁ କମାଇଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର। ଏଠାରେ ବୁଣାକାରଙ୍କ ଦ୍ଵାରା ତିଆରି କରାଯାଉଥିବା ଶାଢ଼ୀ ବୋମକେଇ ଶାଢ଼ୀ ଭାବେ ପରିଚିତ। ଏହି ଗ୍ରାମର ବାସିନ୍ଦା ୟୁ.ନୀଳକଣ୍ଠ ଏବଂ ତାଙ୍କର ୮ ଜଣିଆ ପରିବାର ପୂର୍ବରୁ କଟନ୍‌ ଲୁଗା ତିଆରି କରୁଥିଲେ। ଗତ କିଛି ମାସ ହେବ ନୀଳକଣ୍ଠ ବୋମକେଇ ଡିଜାଇନ୍‌କୁ ନିଜ ହାତ ତିଆରି ଶାଢ଼ୀ ବୁଣାରେ ପ୍ରୟୋଗ କରିବାରେ ଲାଗିଛନ୍ତି। ବୟନ ବିଭାଗ ତତ୍ତ୍ଵାବଧାନରେ ବୋମକେଇ ଡିଜାଇନ୍‌ରେ ନୀଳକଣ୍ଠ ବୁଣିଛନ୍ତି ଏକ ଓଢ଼ଣୀ ଯାହାର ଥିମ୍ ରହିଛି ସ୍ୱଚ୍ଛ ଭାରତ ଅଭିଯାନ। ଆଧୁନିକତାର ତାଡ଼ନାରେ ଧିରେ ଧିରେ ନିଜ ସତ୍ତା ସଂରକ୍ଷଣ ସକାଶେ ସଂଘର୍ଷରତ ପ୍ରସିଦ୍ଧ ବୋମକେଇର ପୁନରୁଦ୍ଧାର ଦିଗରେ ଏକ ପ୍ରୟାସ ସ୍ୱରୂପ ସାମ୍ପ୍ରତିକ ସମୟର ଏକ ଥିମ୍‌କୁ ଗ୍ରହଣ କରିଛନ୍ତି ନୀଳକଣ୍ଠ। 

୨.୫ ମିଟର ଲମ୍ବ ଓ ୦.୯୫ ମିଟର ଓସାରର ବୋମକେଇ କଟନ୍ ଓଢ଼ଣୀ ବୁଣିବାକୁ ତିନି ମାସ ସମୟ ନେଇଥିଲେ ନୀଳକଣ୍ଠ। ପ୍ରଥମେ ଏହାର ଗ୍ରାଫ୍ ଆଙ୍କିଥିଲେ ଓ ସେହି ଅନୁସାରେ ଡିଜାଇନ୍ ପ୍ରସ୍ତୁତି କରି ଏହାକୁ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ବୁଣି ତିଆରି କରିଥିଲେ ସେ। ଓଢ଼ଣୀର ଗୋଟିଏ ପାର୍ଶ୍ବରେ ବୋମକେଇ ଡିଜାଇନ୍ ଚିତ୍ରିତ ହୋଇଛି ତ ଅପର ପାର୍ଶ୍ଵରେ ରହିଛି ଗାନ୍ଧିଜୀଙ୍କ ଚିତ୍ର, ଚଷମା ଓ ଚରଖା।

ସେଥିରେ ଲେଖାଯାଇଥିବା ‘ଏକ୍ କଦମ୍ ସ୍ୱଚ୍ଛତା କୀ ଔର୍’ ସ୍ୱଚ୍ଛତା ଅଭିଯାନର ସଚେତନତାମୂଳକ ବାର୍ତ୍ତା ପରିବେଷଣ କରୁଛି। ଏହି ଓଢ଼ଣୀ ରାଜ୍ୟ ହସ୍ତତନ୍ତ ପୁରସ୍କାର ଦୌଡ଼ରେ ରହିଛି।

Thursday, November 17, 2022

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ; ଛଅ ମାସରେ କାମ ସାରିବାକୁ ପ୍ରତ୍ରିଶ୍ରୁତି

ବ୍ରହ୍ମପୁର ଠାରେ ଗ୍ରୀନ-ଫିଲଡ଼ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତା ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି।
ଉଲ୍ଲେଖନୀୟ,୨୦୧୪ ରେ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ସଂଯୋଗର ପ୍ରଚେଷ୍ଟା ହୋଇ ସାରିଛି। ସେହି ସମୟରେ କିଛି ଦିନ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ଚାଲିଥିଲା ଓ ତାହାକୁ ଏକତରଫା ଭାବେ ସରକାର ବନ୍ଦ କରିଦେଇ ଥିଲେ। ଏହାପରେ ଗତ ଚାରି ବର୍ଷ ତଳୁ ଆର.ସି.ଏସ-ଉଡାଣ ୪.୧ ଯୋଜନା ରେ ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ଏଇରଷ୍ଟ୍ରିପ କୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ ରଙ୍ଗେଈଲୁଣ୍ଡା ରେ ଜାଗା ର ଅଭାବ ଯୋଗୁଁ ବ୍ରହ୍ମପୁର ସହର ବାହାରେ ଏକ ବଡ ଜାଗା ରେ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଅନୁରୋଧ କରିଥିଲା ଓ ବିକଳ୍ପ ଜାଗା ଥିବାର ସୂଚନା ଦେଇଥିଲା।
କେନ୍ଦ୍ର ସରକାରଙ୍କ ସହମତି ଥିବା ସତ୍ତ୍ବେ ରାଜ୍ୟ ସରକାର ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଶୀତଳାପଲ୍ଲୀ ଠାରେ ନିର୍ଧାରିତ ହୋଇଥିବା ଜମି କୁ ନା ଯୋଗାଇ ଦେଲେ ନା ଅନ୍ୟ କୌଣସି ପଦକ୍ଷପ ଗ୍ରହଣ କଲେ।
ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ଚେଷ୍ଟା ପରେ ଜୟପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲା ଅଥଚ ଦକ୍ଷିଣ ଓଡ଼ିଶା ର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ରେ କିଛି ପରିବର୍ତ୍ତନ ଆସିଲା ନାହିଁ। ତେଣୁ ରାଜ୍ୟ ସରକାରଙ୍କ ଏହି ବୈମାତୃକ ମନୋଭାବ ବିରୋଧରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଓ ଗଞ୍ଜାମ ଜିଲ୍ଲା ର ପ୍ରାୟ ୩୨ ଅନ୍ୟ ସଂଗଠନ ଗତ ପାଞ୍ଚ ବର୍ଷ ହେଲା ତୀବ୍ର ଶ୍ୱର ଉତ୍ତୋଳନ କରି ଆନ୍ଦୋଳନ କରି ଆସୁଛନ୍ତି।
ରାଜ୍ୟ ସରକାର ବ୍ରହ୍ମପୁର ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ କୋଣାର୍କ ରେ ଦୁଇଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର, ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ଓ ୫୦ କିମି ଦୂରରେ ଥିବା ହୀରାକୁଦ ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହାଛଡା ଉତ୍କେଳା, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁରକୁ ବାରମ୍ବାର ଉପେକ୍ଷା କରାଯାଉଛି।
ଗଞ୍ଜାମ ଜିଲ୍ଲା ର ପ୍ରାୟ ୧୫ ରୁ ୨୦ ଲକ୍ଷ ପ୍ରବାସୀ ଦେଶ ଓ ଦେଶ ବାହାରେ ରହୁଥିବା ଓ ସେମାଙ୍କ ପାଇଁ ଏକ ବିମାନ ବନ୍ଦରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପ୍ରକ୍ରିୟା କୁ ବିଳମ୍ବିତ କରାଯାଉଛି।
ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲା ରେ ଶିଳ୍ପାୟନ, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି, ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ଯୁବକ ଯୁବତୀ ମାନଙ୍କୁ ରୋଜଗାର ଏଭଳି ବିବିଧ କ୍ଷେତ୍ରରେ ବିକାଶ ହୋଇପାରିବ ଓ ଦକ୍ଷିଣ ଓଡ଼ିଶା ର ବିକାଶ ତୀବ୍ରତର ହେବ; ତେଣୁ ଫୋରମ ର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ଏଇରଷ୍ଟ୍ରିପ କୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି କାମ ବି ମନ୍ଥର ଗତିରେ ଚାଲିଥିବାରୁ ବ୍ରହ୍ମପୁର ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରଙ୍କ କଣ ଯୋଜନା ରହିଥିବା କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ରେ ଆସନ୍ତା ଛଅ ମାସରେ ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାମ ସାରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। କିନ୍ତୁ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବର୍ତ୍ତମାନ ସୁଦ୍ଧା ବଡ ଜାଗା ନିର୍ଣ୍ଣୟ ହୋଇ ପାରିନଥିବା ର ସୂଚନା ଦେଇଥିଲେ ।
ଏହି ଅବସରରେ ଫୋରମ ର ସଚିବ V.ସୋମେଶ୍ୱର ରାଓ, ପ୍ରିତୀଷ ପାଣିଗ୍ରାହୀ ସହ-ସଚିବ ମାନସ ରଞ୍ଜନ ପାତ୍ର କାର୍ଯ୍ୟକାରିଣୀ ସଦସ୍ୟ ବାଳକୃଷ୍ଣ ସାମନ୍ତରାୟ, କୃଷ୍ଣ ଚନ୍ଦ୍ର ସାହୁ, ରମେଶଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, (କେ.ଏସ.ପି.ଜି ଇଣ୍ଡିଆ) ର ସରିତା ପଣ୍ଡା, ସମାଜସେବୀ ଵିନୋଦ ସାବତ, J. ଦିନେଶ, ପ୍ରକାଶ ଭଜାନୀ, ଗୌରୀ ଶଙ୍କର ମହାନ୍ତି, ଆରୁନ କୁମାର ସାହୁ, ଜ୍ୟୋତି ଦର୍ଶନ ସାହୁ, ଭୀମସେନ ବେହେରା, P. ଭେଙ୍କଟ ରମଣଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ।
ଓଡ଼ିଶା ଡେଭଲପମେଣ୍ଟ ଫୋରମ୍
Mail: odf2000@gmail.com

Sunday, November 13, 2022

ମାଣ୍ଡିଆ ଦିବସ #mandiadibasa




ମାଣ୍ଡିଆ ଗୋଟେ ପୁଷ୍ଟିକର ଖାଦ୍ୟ କିନ୍ତୁ ଗଞ୍ଜାମ ଲୋକଙ୍କୁ ପୁରୀ ଓ ଭୁବନେଶ୍ୱର, କଟକ ରେ 'ଦକ୍ଷିଣୀ ମାଣ୍ଡିଆ' କହି ଚଳାଉଥିବା ଲୋକ ମାଣ୍ଡିଆ ଦିବସ କୁ ଜୋରଦାର ପାଳନ କରିବା କୁ କଣ କହିବେ...

ଚାଲନ୍ତୁ, ଡେରିରେ ହେଲେ ମଧ୍ୟ ବୁଝିଲେ ବୋଲି ଧରିନେବା......

"ମାର୍ଗଶିର ମାସ ପ୍ରଥମ ଗୁରୁବାର, #ମାଣ୍ଡିଆଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ ସମସ୍ତେ ସଂକଳ୍ପ ନେବା, ଆମ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରିବା ଏବଂ ଖାଦ୍ୟ ବ୍ୟବସ୍ଥାରେ ସ୍ୱତନ୍ତ୍ର ସ୍ଥାନ ଦେଇ ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା।"

- ଓଡ଼ିଶା ମୁଖ୍ୟମନ୍ତ୍ରୀ

#mandiadibasa



Tuesday, November 1, 2022

ୟୁନେସ୍କୋର (UNESCO) ଆଇକନିକ୍ବ ବୟନ ତାଲିକାରେ ଓଡ଼ିଶାର ୫ଟି

Five Odisha Handloom Products in the List of UNESCO Iconic Indian Heritage Textiles
ବ୍ରହ୍ମପୁରର ଐତିହ୍ୟ ବୟନ ଶିଳ୍ପକୁ ବିଶ୍ବ ମାନ୍ୟତା
ୟୁନେସ୍କୋର (UNESCO) ଆଇକନିକ୍ବ ବୟନ ତାଲିକାରେ ଓଡ଼ିଶାର ୫ଟି ଐତିହ୍ୟ ବୟନ

ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟ ବୟନ। ଐତିହ୍ୟ ବୟନ ମଧ୍ୟରେ ରହିଛି, ସମ୍ବଲପୁରର- ବାନ୍ଧ-ଟାଇ-ଡାଇ ୱେଭିଂ, ବ୍ରହ୍ମପୁରର- ଫୋଡ଼ା କୁମ୍ଭ ପାଟଖୋର୍ଦ୍ଧାର- ଧଳାପଥର ପର୍ଦ୍ଦା, ରାୟଗଡାର-ଡଙ୍ଗରିଆ କନ୍ଧ ବୟନ ଏବଂ କେନ୍ଦୁଲି ପାଟ କାଲିଗ୍ରାଫିକ ୱେଭିଂ ।

Watch the Report Link- https://youtu.be/osOzMyeYMls

#UNESCO #Textileindustry #worldclass #Odisha 




Monday, July 18, 2022

Plastic-Free Berhampur: Reverse Vending Machine Installed At Old Bus Stand

 In order to achieve a plastic-free Berhampur and in to create an awareness initiative, a Reverse Vending Machine (RVM) has been installed at the Old Bus Stand in Berhampur by the local civic body in collaboration with HDFC Bank.

Plastic has become a major pollutant to the environment. It has been seen that Plastic products contributed to the blockage of the drainage system and ecosystem.


As part of Swacha Bharat Abhiyan to make Berhampur plastic-free, Berhampur Municipal Corporation (BeMC) started the Plastic Free programe collaborating with HDFC Bank Parivartan.

HDFC BANK in turn has roped in the Centre for Environment Education (CEE) as implementing partner for this Plastic Free Program.

Citizens will drop off their plastic, and polythene and get a discount coupon which can be used at Local Restaurants and Swiggy/ Zomato for food. BeMC has provided the space for the installation of the RVM which will be maintained by the CEE.

The inauguration was attended by BeMC Mayor Sanghmitra Dalai as Chief Guest Sanghmitra Dalai, BeMC Commissioner Siddeshwar Baliram Bondar, and Berhampur Sub-Collector Keerthi Vasan V.

Senior Bank official Nrusingha Mishra and Mr. Sodhi from CEE were also present during the event.

Pimpri Chinchwad municipal official & principals visit iconic scrap sculpture park in ITI Berhampur

 Ulhas Jagtap, Additional Commissioner of Maharashtra’s Pimpri Chinchwad Municipal Corporation (PCMC) near Pune, along with Shashikant Patil, Principal PCMC ITI Morwadi, PCMC ITI (Girls) Kasarwadi and other three officers from ITIs of Pune, visited ITI Berhampur campus on Saturday. The aim of their visit was to explore good skill training practices of ITI, Berhampur particularly  ‘Waste to Weath’ project, in which students make useful products from scrap. The guests visited the Scrap Sculpture Park at ITI Campus and other scrap sculptures mounted in Berhampur town by ITI Berhampur.

They appreciated the skills of ITI students and commended their role in waste management. Pimpri Chinchwad Municipal Corporation has a proposal to set up a scrap park in Pimpri Chinchwad municipal area, Jagtap said. 

The visitors took particular notice of the success stories of female ITI students of Berhampur, who plan to become entrepreneurs now. The guests distributed offer letters to 22 girls who have been selected by TVS group for recruitment. These girls will join their jobs in September this year after their final AITT exam is over.

Additional Commissioner Jagtap said, he would be sending students and instructors from Pimpri Chinchwad to ITI Berhampur for a one-week program to gain hands-on skills in manufacturing sculptures from scrap.

More than 600 schools in Odisha to adopt ITI Berhampur's 'Waste to Wealth' model

 

Headmasters from 622 schools from 22 blocks of Ganjam district in Odisha today (June 22) decided to adopt ITI Berhampur’s ‘Waste to Wealth’ model by training students to convert scraps into sculptures and models. At a workshop attended by the school heads, organized by ITI Berhampur, it was decided that students from these schools will visit the ITI Berhampur campus in batches to learn the skills of converting waste and scrap into wealth. This will be part of the 5T (teamwork, technology, transparency, transformation and time limit) action plan of the Odisha government prepared for the education department. 

The livewire behind this ‘Waste to Wealth’ innovative concept is Dr. Rajat Kumar Panigrahy, Director, ITT, Berhampur, known as the “Scrap Man of Odisha”, who explained to the school headmasters how waste and scrap can be converted into beautiful models and sculptures by school students. He pointed out how converting waste and scrap into wealth can improve environment. 

Dr Panigrahy urged the school heads to motivate girl students to adopt skills that would help them to join technical education under the ‘Sudakhya’ scheme initiated by the Odisha government. The Sudakhya scheme aims at generating self-employment opportunities for girls and women by enrolling them in government it is.

Berhampur Municipal Corporation commissioner Sri J. Sonal, who attended the workshop, appreciated the innovative skills of ITI students in converting scrap into wealth. "I am highly delighted to see the sofas on which we are sitting on the dais. This is a commendable attitude of ITI students who converted waste into usable products," he said. 

V. Keerthi Vasan, IAS, project director of District Rural Development Agency (DRDA) appreciated the initiative of ITI director in promoting ‘Waste to Wealth’ skills among youths. He said it was a big initiative by inviting students from more than 600 schools to come to the ITI campus to learn these skills. 

Binita Senapati, district education officer, Ganjam, requested all school heads to promote technical education skills among their students, and organize visits to the ITI campus for adopting ‘Waste to Wealth’ concept.

Later, the students and staff of ITI took all the school heads around the campus and showed them various workshops, e-lab, scrap pard, Covid Innovation Centre and Scrap Museum.

Bangladeshi Cricketer Sanjida Akter Starts Training In #Berhampur

 


Berhampur: Bangladeshi cricketer Sanjida Akter Meghla has started training at the Berhampur Physical Academy in Berhampur of Ganjam district to be fit for the upcoming Asia Cup to be held in August-September this year.
Meghla has made a name for herself by participating in various international matches. She has played cricket with various countries like India, Pakistan, Kenya, and South Africa. She is now 64 kg and was worried about her fitness ahead of the Asia Cup.
She came to know about Berhampur Physical Academy through YouTube. The academy has been attracting young men and women who are eager on staying fit or are aspiring for the defense services. Meghla has joined the Physical Academy to lose weight.
The founder of the academy, Ex-Havildar Simanchal Barik, has been working hard to achieve the goal of his students. Meghla is being taught fitness tips both in the morning and in the evening. He is optimistic that she will lose 7 to 8 kg in just 15 days.
It is a matter of pride that an international player from another country came to Berhampur to train at the academy, said Barik. Other students at the academy, who are from different states of the country, are also learning from Meghla, especially after the training is over.

Saturday, May 21, 2022

CM Naveen Patnaik at the famous Tara Tarini Shrine




xdr5

 

The Chronicles of the Majestic Tara Tarini Temple

The Tara Tarini temple today has been transformed into a religious monument that has its roots deep inside the ancient history and culture of Ganjam and Odisha. The magnificent new temple boasts of architecture that gives it a sense of holiness and is strongly connected with the traditions. Destined for the eternity, the temple has become a modern day masterpiece only because of the tireless efforts by the Odisha Government,  the people of Ganjam, administration and TTDB.  The quaint landscape adoring the Kumari hills/ #Purnagiri on the banks of river Rushikulya is a breathtaking experience for the devotees of Goddess Taratarini. Newsroomodisha.com brings for its readers some mesmerizing images of the Taratarini temple that speak for themselves. Link: https://newsroomodisha.com/depicted-in-pictures-the-chronicles-of-the-majestic-taratarini-temple/

The temple of Maa Taratarini, the presiding deity of Ganjam district and a famous Shakti Peethas.before the transformation
The Jugala murtis of Lord Siva and Parvati
Image of Taratarini Temple before the beautification works 

 

Cutting of huge stones being lifted to the hilltop-shrine for construction works

Scenes from the beginning of the renovation of the temple.
Construction works at the temple
The lion gate entrance designed like the famous Mukteshwar structure.
The temple built with creative stone works
The then RDCs – Arun Kumar Panda and Satyabrata Sahu and the then Ganjam Collecor and now Secretary to CM (5T) VK Pandian holding discussions regarding the development of Maa Taratarini temple

 

In front of the main temple before the beautification works
Former RDC Arun Kumar Panda in talks with locals on development of the shrine
The blueprint for temple development was discussed in the presence of former RDC Satyabrata Sahu and other senior administrative officials.
The ropeway movement was started in the presence of former RDC Satyabrata Sahu.
Ropeway facility – from the foothill, the devotees can take the ropeway to reach the temple comfortably.
Special vehicle to collect donations from the devotees and the general public for the development work of Taratarini temple
The then Ganjam Collector VK Pandian at Bhoomi Pujan programme for the renovation of Taratarini temple
The post-construction scene of the main temple.
Chief Minister Naveen Patnaik approved the transformation plan of Taratarini temple in February 2020.
New and attractive entrance to the temple
A view of Rishikulya river, the lifeline of Ganjam district, from hilltop
5T Secretary VK Pandian reviewing the beautification works
Chief Secretary Suresh Chandra Mahapatra reviewing the construction works with Ganjam Collector Vijay Amruta Kulange, PD DRDA Shinde Dattatraya Bhausaheb and other officials
Taratarini Temple decorated for Chaitra Festival

Chief Minister Naveen Patnaik visited Taratari Temple in December 2021 to offer his obeisance to the deity

Chief Minister Naveen Patnaik at the Temple Complex in 2021

A view of new temple of Maa Taratarini
New look temple
Main entrance of renovated Maa Taratarini Temple
The magnifisant elephant at the entrance of the Temple
Premises of Maa Taratarini temple

 

An aerial view of Maa Taratarini temple at the present form

A breathtaking night view of the Taratarini Temple complex
Chief Secretary Suresh Chandra Mahapatra, Secretary to CM (5T) VK Pandian and Special Secretary to CM R. Vineel Krishna in Taratarini Temple on May 17, a day before the Chief Minister’s scheduled visit to the historic shrine.

Wednesday, April 20, 2022

ବ୍ରହ୍ମପୁର ବିମାନ ବନ୍ଦର, ୧୮ ଟି ପଞ୍ଚାୟତ କୁ BMC ରେ ମିଶାଇବା ଓ ଟ୍ରାଫିକ କୁ ଠିକ୍ କରିବା ପାଇଁ ବ୍ରହ୍ମପୁର ମେୟରଙ୍କ ସହ 'ଓଡ଼ିଶା ଡେଭଲପମେଣ୍ଟ ଫୋରମ' ର ବିସ୍ତୃତ ଆଲୋଚନା ଓ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ବିମାନ ବନ୍ଦର ପାଇଁ ନୂଆଁ ଜାଗା ଚିହ୍ନଟ, ୧୮ ଟି ପଞ୍ଚାୟତ କୁ BMC ରେ ତୁରନ୍ତ ମିଶାଇବା, ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଟ୍ରାଫିକ କୁ ଠିକ୍ କରିବା ପାଇଁ ବ୍ରହ୍ମପୁର ମେୟରଙ୍କ ସହ 'ଓଡ଼ିଶା ଡେଭଲପମେଣ୍ଟ ଫୋରମ' ର ବିସ୍ତୃତ ଆଲୋଚନା ଓ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ବ୍ରହ୍ମପୁର ଠାରେ ନିତିଦିନିଆ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଅତିଶିଘ୍ର ନୂଆଁ ଜାଗା ଚିହ୍ନଟ କରିବା, ୧୮ ଟି ସହର ତଳି ପଞ୍ଚାୟତ କୁ BMC ରେ ସାମିଲ କରିବା, ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ କୁ ଠିକ୍ କରିବା ଓ ଟ୍ରାଫିକ କୁ ନିୟନ୍ତ୍ରଣ କରିବା ପାଇଁ ଗେଟ୍ ବଜାର, First- ଗେଟ୍ ଠାରେ ଫ୍ଲାଇ-ଓଭର ନିର୍ମାଣ ପ୍ରଭୃତି ଦାବି କୁ ନେଇ ବ୍ରହ୍ମପୁର ର ନୂତନ ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ ଙ୍କ ସହ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁଇ ଦିନ ଧରି ବିସ୍ତୃତ ଆଲୋଚନା କରି ଏହିସବୁ ସମସ୍ୟା ର ଆଶୁ ସମାଧାନ ପାଇଁ ଦାବି କରିଛନ୍ତି।
ବ୍ରହ୍ମପୁର ର ନୂତନ ମେୟର୍ ଭାବେ ଶପଥ ନେବା ପରେ ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କ ସହ ସହରର ବିକାଶ କୁ ନେଇ ଏହା ପ୍ରଥମ ବିସ୍ତୃତ ଆଲୋଚନା।
ଓଡ଼ିଶାର ସର୍ବ ପୁରାତନ ସହର ଓ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ରାଜ୍ୟ ସରକାର ତଥା ପ୍ରଶାସନ ର କ୍ରମାଗତ ବୈମାତୃକ ଓ ଉଦାସୀନତା ମନୋଭାବ କୁ ବନ୍ଦ୍ କରିବାକୁ ମଧ୍ୟ କାର୍ଯ୍ୟକର୍ତ୍ତା ଅନୁରୋଧ କରିଥିଲେ।
ବ୍ରହ୍ମପୁରର କଳେବର ୧୯୮୦ ରୁ ବଢ଼ିନାହିଁ, ୧୮ ପଞ୍ଚାୟତ BMC ରେ ୨୦୦୮ ରୁ ମିଶିପାର ନାହିଁ, ସମ୍ପୂର୍ଣ ରିଙ୍ଗ ରୋଡ ନିର୍ମାଣ ହୋଇପାରିଲା ନାହିଁ, ବ୍ରହ୍ମପୁର Airport ପାଇଁ ଜାଗା ଚିହ୍ନଟ କରିନଥିବାରୁ କେନ୍ଦ୍ର କୁ ରାଜ୍ୟ ସରକାର ପ୍ରସ୍ତାବ ପଠାଉ ନାହିଁ, ହାଇକୋର୍ଟ ବେଞ୍ଚ ହୋଇ ପାରିଲା ନାହିଁ, ଭାରତମାଳା ରାସ୍ତା ପୁରୀ ରୁ ଗୋପାଳପୁର କରାଇ ଦିଆଯାଉ ନାହିଁ କିମ୍ବା ବ୍ରହ୍ମପୁର ର ବିକାଶ ପାଇଁ କୌଣସି କଳ କାରଖାନା ବା ଅନ୍ୟ ବିକାଶ କାମ ହେଉନାହିଁ।
ତେଣୁ ଏହି ଜିଲ୍ଲା ରୁ ପ୍ରାୟ ୧୫ ରୁ ୨୦ ଲକ୍ଷ ଲୋକ ଜୀବିକା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଆଞ୍ଚଳିକ ବୈଷମ୍ୟ ରାଜ୍ୟର ଭବିଷ୍ୟତ ପାଇଁ ହିତକର ନୁହଁ ବୋଲି ଫୋରମ୍ କାର୍ଯ୍ୟକର୍ତ୍ତା ମତବ୍ୟକ୍ତ କରିଥିଲେ।
ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଉତ୍କେଳା, ଜୟପୁର, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ରାଜ୍ୟ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି।
ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ମଧ୍ୟ ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି।
ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ସେହି ଜିଲ୍ଲା ପ୍ରତି ଏ ଘୃଣା ଭାବ କାହିଁକି? ବୋଲି ଫୋରମ୍ ପ୍ରଶ୍ନ କରିଥିଲା।
ସାରା ଓଡ଼ିଶା ପାଇଁ ଗୋଟେ ନିୟମ ଓ ବ୍ରହ୍ମପୁର ପାଇଁ ଆଉ ଗୋଟେ ନିୟମ କାହିଁକି? ବୋଲି ଫୋରମ୍ ପ୍ରଶ୍ନ କରିଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ଓ ଆମରଣ ଅନସନରେ ବସିବାକୁ ଫୋରମ୍ ତରଫରୁ ଚେତାବନୀ ଦିଯାଇଥିଲା।
ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ
ନୂଆଁ ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ ପ୍ରତ୍ରିଶୃତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ ଓ ପ୍ରିତୀଷ ପାଣିଗ୍ରାହୀ, ସହ-ସଚିବ ମାନସ ରଞ୍ଜନ ପାତ୍ର, ବରିଷ୍ଠ
କାର୍ଯ୍ୟକାରୀ ସଦସ୍ୟ କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ଫୋରମ୍ ଉପଦେଷ୍ଟା ରମେଶ ଚନ୍ଦ୍ର ସାହୁ ଙ୍କ ସହ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Email: odf2000@gmail.com










WHEN BERHAMPUR AIRPORT?

ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।
ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ପତ୍ର ପରେ ପତ୍ର ଲେଖୁଛନ୍ତି ଓ ସବୁ ପଦକ୍ଷେପ ନେଇଛନ୍ତି।
ଉତ୍କେଳା, ଜୟପୁର, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ରାଜ୍ୟ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି।
ପୂର୍ବରୁ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସବୁ ଚେଷ୍ଟା କରିବି ବୋଲି କହୁଥିବା ବ୍ରହ୍ମପୁର ସାଂସଦ Chandra Sekhar Sahu ମହୋଦୟ ବର୍ତ୍ତମାନ 'କେନ୍ଦ୍ର ସରକାର' ଦାଇ ବୋଲି କହୁଛନ୍ତି କିନ୍ତୁ
କାହିଁକି ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି ଓ ଯଦି କରିଛନ୍ତି, କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଚିଠି ଆଜି ପର୍ଯ୍ୟନ୍ତ କାହିଁକି ଲେଖି ନାହାନ୍ତି, ଗୋଟେ ଥର କାହିଁକି ପ୍ରସ୍ତାବ ପଠାଇ ନାହାଁନ୍ତି ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି। ସାଂସଦ ମହୋଦୟ ଏହାକୁ ସ୍ଵଷ୍ଟ କରିବା ଉଚିତ୍। ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇ CM Naveen Patnaik ବାବୁ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ସେହି ଜିଲ୍ଲା ପ୍ରତି ଏ ଘୃଣା ଭାବ କାହିଁକି ତାହା ସ୍ଵଷ୍ଟ କରିବା ଉଚିତ୍।
#airport4berhampur ବା ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ର ଇତିହାସ ଓ ବର୍ତ୍ତମାନ ସ୍ଥିତି ସଂପର୍କ ରେ ସବୁ ତଥ୍ୟ ଜାଣିବା ପାଇଁ ଏହି ଲେଖା ଟି ପଢନ୍ତୁ🙏🏼