Live weather

Tuesday, May 5, 2020

ରାଜ୍ୟରେ ପୁଣି ଜଣେ #କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ #ଗଞ୍ଜାମ ଜିଲ୍ଲାର। ଏଯାଏଁ ଜିଲ୍ଲାରୁ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି


ରାଜ୍ୟରେ ପୁଣି ଜଣେ #କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ #ଗଞ୍ଜାମ ଜିଲ୍ଲାର। ଏଯାଏଁ ଜିଲ୍ଲାରୁ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଏଯାଏଁ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବ୍ରହ୍ମପୁର ମହାନଗରସ୍ଥ Covid-19 ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି l

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଗଞ୍ଜାମ ଜିଲ୍ଲାରୁ ପ୍ରଥମ ଥର ଲାଗି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଦୁହେଁ #ସୁରତ ଫେରନ୍ତା ବୋଲିଜଣାଯାଇଥିଲା। ଏଥିସହିତ ନୂତନ ସଂକ୍ରମିତ ଜିଲ୍ଲା ତାଲିକାରେ ସାମିଲ ହୋଇଥିଲା #ଗଞ୍ଜାମ
ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟରେ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଭଦ୍ରକର ୨ଜଣ ଓ ସୁନ୍ଦରଗଡ଼ର ଜଣେ ରହିଥିଲେ। ରଜ୍ୟ ରେ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି।

No comments:

Post a Comment