Live weather

Monday, May 8, 2023

ଏଣିକି ଆଗେଇବ ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌ କାମ, ରହିବ ୧୦ ଲେନ୍‌ କ୍ୟାରେଜ୍‌ ୱେ

 

ଏଣିକି ଆଗେଇବ ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌ କାମ, ରହିବ ୧୦ ଲେନ୍‌ କ୍ୟାରେଜ୍‌ ୱେ

ଭୁବନେଶ୍ୱର,୩୦/୦୪: ଦୀର୍ଘ ବର୍ଷ ଧରି ଯୋଜନା ଭିତରେ ଥିବା ବ୍ରହ୍ମପୁର ରିଙ୍ଗରୋଡ୍‌ କାମ ଏଣିକି ଆଗେଇବ । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇଥିଲେ ବି କାମ ଆଗେଇ ପାରୁନଥିଲା । ଜମି ଅଧିଗ୍ରହଣ ସମସ୍ୟା ପାଇଁ ପ୍ରକଳ୍ପ ଝୁଲୁଥିଲା । ଏବେ ଏ ପ୍ରକଳ୍ପ କାମ ଆଗେଇବା ନେଇ ନୂଆ ଆଶା ଦେଖାଦେଇଛି । ଏଥିପାଇଁ ସରକାରଙ୍କଠାରୁ ପ୍ରଶାସନିକ ଅନୁମୋଦନ ଲୋଡିଛନ୍ତି । ଏବେ ପୁଣି ବ୍ରହ୍ମପୁର ରିଙ୍ଗରୋଡ କାମ ଆଗେଇବା ନେଇ ନୂଆ ଆଶା ଦେଖାଦେଇଛି । ଏଥିରେ ୧୦ ଲେନ୍‌ର କ୍ୟାରେଜ୍‌ ୱେ ରହିବ । ରାସ୍ତାର ଦୁଇ ପାଶ୍ୱର୍ରେ ଦୁଇ ଲେନ୍‌ର ସର୍ଭିସ ରୋଡ୍‌ ରହିବ । ଭବିଷ୍ୟତରେ ରାସ୍ତା ସଂପ୍ରସାରଣ ପାଇଁ ମଧ୍ୟ ବ୍ୟବସ୍ଥା ରହିବ । ଏବେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇସାରିଛି । ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ଲୋଡି ସରକାରଙ୍କୁ ଚିଠି ଲେଖାଯାଇଛି । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।



No comments:

Post a Comment