Live weather

Showing posts with label ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌. Show all posts
Showing posts with label ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌. Show all posts

Monday, May 8, 2023

ଏଣିକି ଆଗେଇବ ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌ କାମ, ରହିବ ୧୦ ଲେନ୍‌ କ୍ୟାରେଜ୍‌ ୱେ

 

ଏଣିକି ଆଗେଇବ ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌ କାମ, ରହିବ ୧୦ ଲେନ୍‌ କ୍ୟାରେଜ୍‌ ୱେ

ଭୁବନେଶ୍ୱର,୩୦/୦୪: ଦୀର୍ଘ ବର୍ଷ ଧରି ଯୋଜନା ଭିତରେ ଥିବା ବ୍ରହ୍ମପୁର ରିଙ୍ଗରୋଡ୍‌ କାମ ଏଣିକି ଆଗେଇବ । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇଥିଲେ ବି କାମ ଆଗେଇ ପାରୁନଥିଲା । ଜମି ଅଧିଗ୍ରହଣ ସମସ୍ୟା ପାଇଁ ପ୍ରକଳ୍ପ ଝୁଲୁଥିଲା । ଏବେ ଏ ପ୍ରକଳ୍ପ କାମ ଆଗେଇବା ନେଇ ନୂଆ ଆଶା ଦେଖାଦେଇଛି । ଏଥିପାଇଁ ସରକାରଙ୍କଠାରୁ ପ୍ରଶାସନିକ ଅନୁମୋଦନ ଲୋଡିଛନ୍ତି । ଏବେ ପୁଣି ବ୍ରହ୍ମପୁର ରିଙ୍ଗରୋଡ କାମ ଆଗେଇବା ନେଇ ନୂଆ ଆଶା ଦେଖାଦେଇଛି । ଏଥିରେ ୧୦ ଲେନ୍‌ର କ୍ୟାରେଜ୍‌ ୱେ ରହିବ । ରାସ୍ତାର ଦୁଇ ପାଶ୍ୱର୍ରେ ଦୁଇ ଲେନ୍‌ର ସର୍ଭିସ ରୋଡ୍‌ ରହିବ । ଭବିଷ୍ୟତରେ ରାସ୍ତା ସଂପ୍ରସାରଣ ପାଇଁ ମଧ୍ୟ ବ୍ୟବସ୍ଥା ରହିବ । ଏବେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇସାରିଛି । ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ଲୋଡି ସରକାରଙ୍କୁ ଚିଠି ଲେଖାଯାଇଛି । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।