Live weather

Thursday, May 30, 2024

କାମ୍ବୋଡିଆର ବିଖ୍ୟାତ ଆଙ୍ଗକର ଭଟ୍ଟ ମନ୍ଦିର


 







*କାମ୍ବୋଡିଆର ବିଖ୍ୟାତ ଆଙ୍ଗକର ଭଟ୍ଟ ମନ୍ଦିର*

ଏହି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ପ୍ରଥମେ ଭଗବାନ ବିଷ୍ଣୁ ଙ୍କ ଉଦ୍ଦେଶ୍ୟ ରେ ନିର୍ମାଣ କରାଯାଇଥିଲା l ପରବର୍ତ୍ତୀ ସମୟରେ ଏହାକୁ କେତେକାଂଶରେ ଭଗବାନ ଶିଵ ଓ ପରେ ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ପରିବର୍ତ୍ତିତ କରାଯାଇଥିଲା l

900  ବର୍ଷ ପୂର୍ବରୁ   4000   ହାତୀ ଓ  ପ୍ରତି ପରିବାରରୁ ଜଣେ ସୁସ୍ଥ ସବଳ ଲୋକ ଙ୍କ କର୍ମ ସହଭାଗୀତା ରେ  37  ବର୍ଷ କାଳ ପରିଶ୍ରମ କରି ଏହି ବିଶ୍ୱର ସର୍ବ ବୃହତ ମନ୍ଦିର ନିର୍ମାଣ କରାଯାଇଥିଲା l

ଏଠାରେ  ଏହାର ଭୂ ନକ୍ସା ସଂଗ୍ରହ କରି ସେମାନେ କିଭଳି ଉଚ୍ଚ ମାନର ଭୌଗୋଳିକ ଓ ଜ୍ୟାମିତିକ ଦକ୍ଷତାର ସହିତ ଏହି ସୁବିଶାଳ ମନ୍ଦିର ନିର୍ମାଣ କରିଥିଲେ, ତାହା ଦର୍ଶାଯାଇଛି l

ଏହି କ୍ଷେତ୍ରର ଏରିଆ  402.50  ଏକର l ମୁଖ୍ୟ ମନ୍ଦିରର ଉଚ୍ଚତା  330 ଫୁଟ l ଏହା ଭାରତର ସର୍ବୋଚ୍ଚ ଶ୍ରୀ ରଙ୍ଗନାଥ ସ୍ୱାମୀ  ମନ୍ଦିର (237 ଫୁଟ ) ଠାରୁ ଆହୁରି 93 ଫୁଟ ଅଧିକ ଉଚ୍ଚ l

ଏହି ସୁବିଶାଳ ନିର୍ମାଣର ଚତୁର୍ଦ୍ଦିଗରେ 1500 ଫୁଟ  ଲମ୍ବା ଏବଂ 1300 ଫୁଟ ଓସାରର ଏକ ଗଡଖାଇ ରହିଛି l ଗଡଖାଇର ଚଉଡା 100 ଫୁଟ ଓ ଗଭୀରତା 10 ଫୁଟ l


ଏହି ସ୍ଥାପତ୍ୟ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ଏକ  ସଂରକ୍ଷିତ କୀର୍ତ୍ତିରାଜି l ଯଥାର୍ଥରେ ଏହା ହେଉଛି ବିଶ୍ୱର ଏକ ଅନୁପମ  ବିସ୍ମୟ l
ଭାରତ ବାହାରେ ଭାରତୀୟ ସଂସ୍କୃତିର ଏହା ଏକ ସର୍ବଶ୍ରେଷ୍ଠ ନିଦର୍ଶନ l

No comments:

Post a Comment