Live weather

Monday, May 8, 2023

ଏଣିକି ଆଗେଇବ ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌ କାମ, ରହିବ ୧୦ ଲେନ୍‌ କ୍ୟାରେଜ୍‌ ୱେ

 

ଏଣିକି ଆଗେଇବ ବ୍ରହ୍ମପୁର ରିଙ୍ଗ୍‌ରୋଡ୍‌ କାମ, ରହିବ ୧୦ ଲେନ୍‌ କ୍ୟାରେଜ୍‌ ୱେ

ଭୁବନେଶ୍ୱର,୩୦/୦୪: ଦୀର୍ଘ ବର୍ଷ ଧରି ଯୋଜନା ଭିତରେ ଥିବା ବ୍ରହ୍ମପୁର ରିଙ୍ଗରୋଡ୍‌ କାମ ଏଣିକି ଆଗେଇବ । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇଥିଲେ ବି କାମ ଆଗେଇ ପାରୁନଥିଲା । ଜମି ଅଧିଗ୍ରହଣ ସମସ୍ୟା ପାଇଁ ପ୍ରକଳ୍ପ ଝୁଲୁଥିଲା । ଏବେ ଏ ପ୍ରକଳ୍ପ କାମ ଆଗେଇବା ନେଇ ନୂଆ ଆଶା ଦେଖାଦେଇଛି । ଏଥିପାଇଁ ସରକାରଙ୍କଠାରୁ ପ୍ରଶାସନିକ ଅନୁମୋଦନ ଲୋଡିଛନ୍ତି । ଏବେ ପୁଣି ବ୍ରହ୍ମପୁର ରିଙ୍ଗରୋଡ କାମ ଆଗେଇବା ନେଇ ନୂଆ ଆଶା ଦେଖାଦେଇଛି । ଏଥିରେ ୧୦ ଲେନ୍‌ର କ୍ୟାରେଜ୍‌ ୱେ ରହିବ । ରାସ୍ତାର ଦୁଇ ପାଶ୍ୱର୍ରେ ଦୁଇ ଲେନ୍‌ର ସର୍ଭିସ ରୋଡ୍‌ ରହିବ । ଭବିଷ୍ୟତରେ ରାସ୍ତା ସଂପ୍ରସାରଣ ପାଇଁ ମଧ୍ୟ ବ୍ୟବସ୍ଥା ରହିବ । ଏବେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇସାରିଛି । ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ଲୋଡି ସରକାରଙ୍କୁ ଚିଠି ଲେଖାଯାଇଛି । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।



Sunday, May 7, 2023

IIT Delhi’s Ashok Kumar Ganguli is new IISER Berhampur director

The Indian Institute of Science Education and Research (IISER) Behrampur has appointed Ashok Kumar Ganguli from Indian Institute of Technology (IIT) Delhi. Ganguli took over from former director Yogendra Sharma on May 2.

Before this, Ganguli was the N K Jha Chair Professor in the department of chemistry at IIT Delhi and the joint professor in the department of materials science and engineering. He has held the position of deputy director, IIT Delhi, institute chair professor, and head of chemistry department. He was also the founding director of Institute of Nano Science and Technology (INST) Mohali.

IISER Berhampur director

As per his profile on the IIT Delhi website, Ganguli specialises in the design of nanostructured materials for applications in water purification, solar energy conversion and microfluidic devices, and high temperature superconductivity. He has over 350 papers published and five patents under his name. He finished his PhD degree from the solid state and structural chemistry unit (SSCU) of Indian Institute of Science (IISc) Bangalore in 1990.

Ganguli has been awarded various honours including National Award of Nano Science and Nanotechnology conferred by the Department of Science and Technology (DST), the Chemical Research Society of India (CRSI) silver medal, Materials Research Society of india (MRSI) medal, the CNR Rao CRSI national award, among others.

 3 May, 2023 \ Berhampur

Saturday, April 29, 2023

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୩


Dr. ପ୍ରଦୀପ ମହାପାତ୍ର 

ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୩ ଏପ୍ରିଲ ୪ ତାରିଖ ସୋମବାର ମଧ୍ୟରାତ୍ରୀ-ଏପ୍ରିଲ ୫ ତାରିଖ ମଙ୍ଗଳବାର ପ୍ରତ୍ୟୁଷରେ ବିଧିବଦ୍ଧଭାବେ ଆରମ୍ଭ ହୋଇଛି। ଏହି ଉତ୍ସବ ମେ’ ପହିଲା ସୋମବାର ଯାଏଁ ପାଳିତ ହୋଇ ମେ ୨ ତାରିଖ ମଙ୍ଗଳବାର ପ୍ରଭାତରେ ଉଦଯାପିତ ହେବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଚଳିତ ବର୍ଷ ୨୮ ଦିନ ଯାତ୍ରା ଆୟୋଜିତ ହେବ । ପାରମ୍ପରିକ ଯାତ୍ରାସ୍ଥଳୀ ବଡ଼ବଜାର ଦେଶୀବେହେରା ସାହିରେ ମାର୍ଚ୍ଚ ୧୭ ତାରିଖ ରାତିରେ ଅନୁଷ୍ଠିତ ବୈଠକରେ ଯାତ୍ରା ଆୟୋଜକ ଦେଶୀବେହେରାଙ୍କ କୁଳ-ପୁରୋହିତ ଯାତ୍ରା ଆୟୋଜନ ତିଥି ଘୋଷଣା କରିଥିଲେ । ତଦ୍ ଅନୁଯାୟୀ କାର୍ଯ୍ୟକ୍ରମ ଅଗାଇଛି ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅବଧି ପାରମ୍ପରିକଭାବେ ପ୍ରଶାସନିକ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ । ସାଧାରଣତଃ ଯାତ୍ରା ତିନି ସପ୍ତାହ ବା ତଦୂର୍ଦ୍ଧ ଦିବସ ଧରି ଚାଲିଥାଏ । ଦେଖାଯାଇଛି ଯେ ଯାତ୍ରା ଆୟୋଜନ ତିଥି ନିର୍ଦ୍ଧାରଣପରେ ଆୟୋଜକ ଦେଶୀବେହେରାଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅନୁମୋଦନ ନିମନ୍ତେ ଦରଖାସ୍ତ କରାଯାଏ । ଅଧିକାଂଶ କ୍ଷେତ୍ରରେ ପ୍ରଶାସନ ସୀମିତ ସମୟରେ ଯାତ୍ରା ପାଳନ ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି ଏବଂ ଯାତ୍ରାର ଅବଧି ବୃଦ୍ଧି ନିମନ୍ତେ ପୁନଃ ଦରଖାସ୍ତ କରାଯିବାପରେ ଅଧିକା କିଛି ଦିନ ଲାଗି ଅନୁମତି ମିଳିଥାଏ ।

ବ୍ରହ୍ମପୁର ଠାକୁରାଣୀଯାତ୍ରାର ବିଗତ ଦଶ ବର୍ଷର ଇତିହାସ ଅନୁଧ୍ୟାନ କଲେ ୨୦୧୧ ମସିହାରେ ଯାତ୍ରା ୨୯ ଦିନ ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାରେ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ, ୨୫ ଦିନ ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ପ୍ରଥମେ ୧୫ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିଲେ ଏବଂ ପରେ ପୁଣି ୯ ଦିନ ଯାତ୍ରାର ଅବଧି ବଢ଼ାଇଥିଲେ । ସେହିପରି ୨୦୧୫ରେ ଦୁଇଗୋଟି କିସ୍ତିରେ ୩୧ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ୨୦୧୭ ମସିହାରେ ଦୁଇ କିସ୍ତିରେ ଯାତ୍ରାର ଅବଧି ନିର୍ଦ୍ଧାରଣ ବଦଳରେ ଏକା ଥରକେ ୩୦ ଦିନ ଯାତ୍ରା ଆୟୋଜନ ଅନୁମତି ପ୍ରଦାନ କରିଥିଲେ । ଏପ୍ରିଲ ୨ରୁ ମେ ପହିଲା ଯାଏଁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୦୧୯ରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୨୯ ଏକ ମାସ ବ୍ୟାପୀ ଯାତ୍ରା ପାଳିତ ହୋଇଥିଲା । ତେବେ ୨୦୨୧ରେ କୋଭିଡ଼-୧୯ ମହାମାରୀ କାରଣରୁ ପ୍ରଶାସନିକ କଟକଣା ହେତୁ ଯାତ୍ରା ପାଳନ କେବଳ ଔପଚାରିକତାରେ ଆବଦ୍ଧ ରହିଥିଲା ।

ଲୋକମୁଖରୁ ଜଣାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବାବସ୍ଥାରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଦୁଇ ମାସ ଯାଏଁ ଅନୁଷ୍ଠିତ ହେଉଥିଲା । ଯାତ୍ରାରେ ଧାର୍ମିକ ରୀତି-ନୀତି ସହ ରଥ, କଳାକୁଞ୍ଜ ଓ ବେଶଧାରଣ ସମୟକ୍ରମେ ଯୋଡ଼ି ହୋଇଆସିଛି । ଯାତ୍ରାର ଏହି ସାମାଜିକ ବିଭବଗୁଡ଼ିକ ଯାତ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଜନସମାଗମ ହେତୁ ଆଇନ ଶୃଙ୍ଖଳା ଓ ପରିମଳ ରକ୍ଷା, ଜଳଯୋଗାଣ, ଜନସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ସ୍ଥାନୀୟ ପ୍ରଶାସନ ଯାତ୍ରାର ଅବଧି ଅନୁମୋଦନ କରିଥାନ୍ତି । ଅତୀତରେ ଗଣମାଧ୍ୟମ ଓ ଯୋଗାଯୋଗ ସୁବିଧା ସୁଯୋଗ ଅବହେଳିତ ଅବସ୍ଥାରେ ରହିଥିଲା । ଯାତ୍ରା ଆୟୋଜନ ମୁଖ୍ୟତଃ ଲୋକମୁଖରେ ପ୍ରଚାରିତ ହେଉଥିଲା ଏବଂ ପଡ଼ୋଶୀ ଗ୍ରାମାଞ୍ଚଳରୁ ଦର୍ଶନାର୍ଥୀ ସପରିବାରେ ଶଗଡ଼ରେ ବ୍ରହ୍ମପୁର ବଡ଼ବଜାର ପହଞ୍ଚୁଥିଲେ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଅଞ୍ଚଳିକ ଟେଲିଭିଜନ ଚ୍ୟାନେଲ ଠାକୁରାଣୀଯାତ୍ରାର ଧାରା ବିବରଣୀ ରାଜ୍ୟବ୍ୟାପୀ ପହୁଞ୍ଚାଇ ଦେଇଥିବା ସ୍ଥଳେ ଦ୍ୱିତୀୟ ଦଶକରେ ସାମାଜିକ ଗଣମାଧ୍ୟମର ପ୍ରସାର ସୂଚ଼ନା-ପ୍ରାଚ଼ର୍ଯ୍ୟ ପରିବେଶ ସୃଷ୍ଟି କରିଛି । ଗ୍ରାମାଞ୍ଚଳରେ ପ୍ରତି ଦୁଇଗୋଟି ପରିବାର ମଧ୍ୟରୁ ଗୋଟିଏ ପରିବାରରେ ଦୁଇ ଚକିଆ ମଟର ସାଇକେଲ ଏବଂ ପ୍ରତି ଗ୍ରାମକୁ ପକ୍କା ରାସ୍ତା ଯୋଗାଯୋଗ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି । ଏହି କାରଣରୁ ଯାତ୍ରା ପାଳନର ନିର୍ଦ୍ଧିଷ୍ଟ କାର୍ଯ୍ୟସୂଚ଼ୀ ଅଗ୍ରୀମ ନିର୍ଦ୍ଧାରଣ ଯୁଗ ଉପଯୋଗୀ ମନେହୁଏ ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେବଠୁ ଆଡ଼ମ୍ୱର ସହକାରେ ପାଳିତ ହେଲା ଭଳି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ରଥ, କଳାକୁଞ୍ଜ ଓ ବିଦ୍ୟୁତ ଆଲୋକ ବ୍ୟବସ୍ଥା ମନକୁ ଆସିଥାଏ । ଗତ ୨୦୧୩ ମସିହା ଯାତ୍ରାରେ କାଳୁପାତ୍ର ସାହିର ଜ୍ୱାଳାମୁଖୀ ରଥ ଆରମ୍ଭର ୭୫ ବାର୍ଷିକୀ ‘ପ୍ଳାଟିନମ ଜୁବୁଲି’ ପାଳନ କରାଯାଇଥିଲା । ଅର୍ଥାତ, ରଥ ୧୯୩୯ରେ ଆରମ୍ଭ ହୋଇଥିଲା । ପୂର୍ବେ ରଥଗୁଡ଼ିକରେ ଚକ ଲାଗୁଥିଲା । ବିଭିନ୍ନ ସାହିରେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ରଥ ନିର୍ମିତ ହେବା ପରେ ବଡ଼ ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା । ବର୍ତ୍ତମାନ ସେହି ପରମ୍ପରାର ବିଲୋପ ଘଟିଛି । ରଥଗୁଡ଼ିକ ବଡ଼ ବଜାର ପଡ଼ୋଶୀ ବିଭିନ୍ନ ସାହିରେ ପ୍ରଦର୍ଶିତ ହେଉଛି । ଏକପକ୍ଷରେ ଯାତ୍ରା ଆରମ୍ଭ ହେବାପରେ ରଥ ନିର୍ମାଣ ନିମନ୍ତେ ଉଦ୍ୟମ ହୁଏ ଏବଂ ଯାତ୍ରାର ଶେଷ ସପ୍ତାହକ ଲାଗି ପ୍ରଦର୍ଶନର ବ୍ୟବସ୍ଥା କରାଯାଏ । ଏହା ବ୍ୟୟବହୁଳ ଓ ସଂପୃକ୍ତ ରଥ ଉଦ୍ୟୋକ୍ତାଙ୍କୁ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ଅପରପକ୍ଷରେ ଯାତ୍ରାରେ ରଥ ପ୍ରଦର୍ଶିତ ହେଲେ ହେଁ ଯାତ୍ରୀଙ୍କ ଭିଡ଼ ଜମିଥାଏ । ଏହି କାରଣରୁ ଯାତ୍ରାର ଅବଧି ବୃଦ୍ଧି ଏକ ଆବଶ୍ୟକତାରେ ପରିଣତ ହେଉଥିଲା । କିନ୍ତୁ ସମକାଳରେ ସେହି ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଇପାରେ । ତେଣୁ ଯାତ୍ରାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରରେ ରଥ ଓ କଳାକୁଞ୍ଜ ନିର୍ମାଣ ଭଳି ବିଭିନ୍ନ ଆୟୋଜନ ଆଶା କରାଯାଇପାରେ ।

#ବ୍ରହ୍ମପୁରଠାକୁରାଣୀଯାତ୍ରା #BrahmapurThakuraniJatra

ବ୍ରହ୍ମପୁର ଷ୍ଟେସନର ବିକାଶ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ସି.ପି.ଟି.ଏମ ଙ୍କ ସହ ଆଲୋଚନା କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

ବ୍ରହ୍ମପୁର ଷ୍ଟେସନର ବିକାଶ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ସି.ପି.ଟି.ଏମ ଙ୍କ ସହ ଆଲୋଚନା କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମାପ୍ତ କରିବାକୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ର ସର୍ବ ପୁରାତନ ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ, ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ପ୍ରତିଷ୍ଠା ଓ ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରି ସାରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆଜି ପୂର୍ବତଟ ରେଳବାଇର ଉପ- ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଓ ସି.ପି.ଟି.ଏମ ଶ୍ରୀ ଜେ.ପି ମିଶ୍ର ଙ୍କ ସହ ଇଷ୍ଟକୋଷ୍ଟ ରେଲୱେ କାର୍ଯ୍ୟାଳୟ ଭୁବନେଶ୍ବର ଠାରେ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି। 

👉ଏହି ଅବସରରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଦସ୍ୟ ରେଳବାଇର ଉପ- ମହାପ୍ରବନ୍ଧକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରି 

୧୩୦ ବର୍ଷ ପୁରୁଣା ବ୍ରହ୍ମପୁର ଷ୍ଟେସନ କୋଠା ର ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର ନିକଟବର୍ତ୍ତୀ ଜଗନ୍ନାଥପୁର ବା ସୋରଳ ରେ ରେଳ ରହିବା ଓ ଛାଡ଼ିବା ପାଇଁ ରେଳ ଟର୍ମିନାଲ ନିର୍ମାଣ, ୫-୬ ନମ୍ବର ପ୍ଲାଟଫର୍ମ ର ନିର୍ମାଣ, ଗରିବ ରଥ ଓ ସବୁ ଟ୍ରେନ ର ରହଣି କୁ ସୁନିଶ୍ଚିତ କରିବା, ଲିଫ୍ଟ, ପ୍ରତି ପ୍ଲାଟଫର୍ମ ରେ ଡିସପ୍ଲେ ବୋର୍ଡ଼, ଆଲୋକ, ପାଣି, ଖାଇବା ର ସୁବ୍ୟବସ୍ଥା, ସବୁ ପ୍ଲାଟଫର୍ମ ରେ ଓ ଷ୍ଟେସନ ବାହାରେ ଶୌଚାଳୟ ସହ ଲୋକାଲ ଟ୍ରେନ ଗୁଡ଼ିକୁ ଚଳାଇବା ଓ ଲୋକାଲ ଟିକେଟ ବିକ୍ରି କେନ୍ଦ୍ର/ମେସିନ ଶୀଘ୍ର ସ୍ଥାପନ ପାଇଁ ଦାବି କରାଯାଇ ଥିଲା।

👉ବ୍ରହ୍ମପୁର ରୁ ଆରମ୍ଭ ହେଉଥିବା ମେମୁ ଟ୍ରେନକୁ ଗୁଣୁପୁର କୁ ସମ୍ପ୍ରସାରିତ କରାଯିବା ଓ ନୂଆଁ ମେମୁ ଟ୍ରେନ ନଥିବା ଯୋଗୁଁ  ବ୍ରହ୍ମପୁର ଠାରୁ କଟକ, ଭୁବନେଶ୍ବର, ପୁରୀ ଓ ବିଶାଖାପାଟଣା କୁ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇ ଯାଇଥିବା ରୁ ସ୍ଵତନ୍ତ୍ର ମେମୁ ବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଦ୍ଵାରା ଏହି ସବୁ ସହରକୁ ତୁରନ୍ତ ସଂଯୋଗ କରିବା କୁ ଦୃଢ଼ ଦାବି କରାଯାଇଥିଲା। 

👉ଏହା ସହ ୧୮୫୨୫ ବ୍ରହ୍ମପୁର -ବିଶାଖାପାଟଣା ଇଣ୍ଟରସିଟି ର ସମୟ ପରିବର୍ତ୍ତନ କରି ସକାଳ ୬.୩୦ କରିବା ଓ ସକାଳୁ ବ୍ରହ୍ମପୁର - କଟକ ଏକ୍ସପ୍ରେସ ଟ୍ରେନ ତୁରନ୍ତ ଆରମ୍ଭ କରିବାକୁ ଦାବି କରାଯାଇଥିଲା। 

👉ବହୁ ପ୍ରତିକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର ଭାୟା ତାରାତାରିଣୀ- ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର-ମାଲକାନଗିରି ଓ ମାଲକାନଗିରି- ନବରଙ୍ଗପୁର ରେଳପଥ ର କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଓ ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ, ଜୟପୁର, ପୁରୀ ଓ ଅନ୍ୟ ସହରକୁ ପ୍ରତିଦିନ ଏକ୍ସପ୍ରେସ ଟ୍ରେନ ଚଲାଇବା ପାଇଁ ଦାବି କରାଯାଇଥିଲା।

👉ଭୁବନେଶ୍ବର, ପୁରୀ ଓ ବିଶାଖାପାଟଣା ରେ ଅଟକି ଯାଉଥିବା ଅନେକ ଏକ୍ସପ୍ରେସ ଓ ସାପ୍ତାହିକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ଓ ଭୁବନେଶ୍ୱର ରୁ ଦିଲ୍ଲୀ ରାଜଧାନି ଟ୍ରେନ କୁ ବ୍ରହ୍ମପୁର, ରାୟଗଡ଼ା ଓ ଦକ୍ଷିଣ ଓଡ଼ିଶା ଦେଇ ଚଳାଇବା ପାଇଁ ଅନୁରୋଧ କରାଯାଇ ଥିଲା।

👉👉ଏହା ବ୍ୟତୀତ ଦକ୍ଷିଣ ଓଡ଼ିଶା ର ଇଷ୍ଟଦେବୀ ମା' ତାର ତାରିଣୀ କିମ୍ବା ବରପୁତ୍ର ଯଥା ଉପେନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ଚକରା ବିଶୋଇ, ଲକ୍ଷ୍ମଣ ନାୟକଙ୍କ ନାଁ ରେ ଦୂରଗାମୀ ରେଳ ଗାଡି ଗୁଡ଼ିକୁ ନାମ କରଣ କରିବା ପାଇଁ ଦାବି କରାଯାଇଥିଲା।      

ସୁଚନା ଯୋଗ୍ୟ ଅତି ପଛୁଆ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନ୍ଦୋଳନ କରି ଆସୁଛି। ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଙ୍କୁ ଅନେକ ଥର ଦାବିପତ୍ର ପ୍ରଦାନ କରି କିଛି ଦାବି ହାସଲ କରିଛି। କିନ୍ତୁ ଦକ୍ଷିଣ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଦୃତ ଗତିରେ କାମ କରିବାର ଆବଶ୍ୟକତା ରହି ଥିବା ଫୋରମ୍ ସଦସ୍ୟ ମାନେ ରେଳବାଇର ଉପ ମହାପ୍ରବନ୍ଧକ ଙ୍କ ସହ ଆଲୋଚନା ବେଳେ ଅବଗତ କରାଇଥିଲେ।

ଏହି ଆଲୋଚନା କୁ ଗମ୍ଭୀରତାର ସହ ଶୁଣିବା ପରେ ରେଳବାଇର ଉପ-ମହାପ୍ରବନ୍ଧକ ଯଥା ଶୀଘ୍ର କିଛି ସମସ୍ୟା ର ଆଶୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। 

ସି.ପି.ଟି.ଏମ ଶ୍ରୀ ଜେ.ପି ମିଶ୍ର, ୧୮୫୨୫ ବ୍ରହ୍ମପୁର -ବିଶାଖାପାଟଣା ଇଣ୍ଟରସିଟି ର ସମୟ ପରିବର୍ତ୍ତନ କରି ସକାଳ ୬.୩୦ କରିବା, ବ୍ରହ୍ମପୁର -କଟକ ଓ ପୁରୀ ପାଇଁ ଟ୍ରେନ ବ୍ୟବସ୍ଥା କରିବା ଓ ରହୁନଥିବା କିଛି ଟ୍ରେନ ର ରହଣି ନିଶ୍ଚିତ କରିବାକୁ ଆଶ୍ଵାସନା ଦେଇଥିଲେ। 

ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର ଓ B ଶଙ୍କର ପାତ୍ର, ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରବୀଣ ପଟ୍ଟନାୟକ, ବିନୋଦ ସାବତ ଓ ଏନ. ନୀଳମାଧବ ପାତ୍ର ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରାମ ପ୍ରସାଦ ତ୍ରିପାଠୀ

ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

ମୋ: 9717982250

Mail: odf2000@gmail.com

Odisha Development Forum

Press Release, 28 March, 2023

#BrahmapurRailwayStation #South







ବ୍ରହ୍ମପୁର ରେ ସୁପର-ସ୍ପେସିଆଲିଟୀ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ବିଶାଖାପାଟଣା ର ବିଭିନ୍ନ ଗ୍ରୁପ ସହ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ଆଲୋଚନା

ବ୍ରହ୍ମପୁର ରେ ସୁପର-ସ୍ପେସିଆଲିଟୀ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ବିଶାଖାପାଟଣା ର ବିଭିନ୍ନ ଗ୍ରୁପ ସହ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ଆଲୋଚନା 


ଗତ ୬୦ ବର୍ଷ ତଳୁ MKCG ମେଡ଼ିକାଲ କଲେଜ ବ୍ରହ୍ମପୁର ଠାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ଏହା ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବାରେ ବିଫଳ ହୋଇଛି। 

ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ନିରନ୍ତର ଚେଷ୍ଟା ପରେ ଟାଟା ଶିତଳାପଲ୍ଲୀ, ବ୍ରହ୍ମପୁର ଠାରେ ଏକ ହସ୍ପିଟାଲ ପ୍ରତିଷ୍ଠା କଲା କିନ୍ତୁ ଗତ ୪ ବର୍ଷ ତଳୁ ଏହାର କାମ ସରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ହସ୍ପିଟାଲ୍ ଜନସାଧାରଣ ସେବାରେ ଲାଗିପାରି ନାହିଁ। 

ତେଣୁ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ର ଅଧିକାଂଶ ସମ୍ପନ୍ନ ଲୋକ ବିଶାଖାପାଟଣା ରେ ଥିବା ବେସରକାରୀ ହସ୍ପିଟାଲ୍ ଉପରେ ନିର୍ଭର କରୁଥିବା ବେଳେ, ଗରିବ ଗୁରୁବା ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଦଲାଲ ମାନେ ଭୁବନେଶ୍ବର ଓ ବିଶାଖାପାଟଣା ର ବିଭିନ୍ନ ହସ୍ପିଟାଲ୍ ରେ ଚିକିତ୍ସା କରିଦେବାକୁ କହି ଗରିବ ଗୁରୁବା ଙ୍କୁ ଲୁଟିବା ସହ ସେମାନଙ୍କୁ ସର୍ବସ୍ବାନ୍ତ କରିଦେଉ ଛନ୍ତି ଓ ଏହି କାମରେ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ର ଅଧିକାଂଶ ହସ୍ପିଟାଲ୍ କର୍ମଚାରୀ ସମ୍ପୃକ୍ତ ଥିବା ଗତ ଦିନରେ ସାମ୍ନାକୁ ଆସିଛି।

ତେଣୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଦସ୍ୟ ମାନେ ଗତ କାଲି ବିଶାଖାପାଟଣା ର ସେଭେନ୍ ହିଲ୍ସ, କେୟାର, ମାହାତ୍ମ୍ୟ ଗାନ୍ଧୀ ଭଳି ବିଭିନ୍ନ ବେସରକାରୀ ହସ୍ପିଟାଲ୍ ସହ ଆଲୋଚନା କରି  ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ସ୍ଥାନରେ ସେମାନଙ୍କ ସୁପର-ସ୍ପେସିଆଲିଟୀ

ହସ୍ପିଟାଲ୍ ବା ଶାଖା ହସ୍ପିଟାଲ୍ ପ୍ରତିଷ୍ଠା କରି ଦକ୍ଷିଣ ଓଡ଼ିଶା ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନୁରୋଧ କରଯାଇଥିଲା।

ବର୍ତ୍ତମାନ ବ୍ରହ୍ମପୁରରେ IISER ଭଳି ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ, ବିଶ୍ଵବିଦ୍ୟାଳୟ ଥିବା ବେଳେ ବନ୍ଦର, କଳକାରଖାନା ଓ ପର୍ଯ୍ୟଟନ ର କେନ୍ଦ୍ର ଭାବେ ବିକଶିତ ହେଉଥିବା ଯୋଗୁଁ ସବୁ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ଖୁସି ବ୍ୟକ୍ତ କରିଥିଲେ। 

ସେଭେନ୍ ହିଲ୍ସ ହସ୍ପିଟାଲ୍ ଜିଏମ, ସିଇଓ ଓ ମାର୍କେଟ ମ୍ୟାନେଜର ଙ୍କ ସହ ଆଲୋଚନା ସମୟରେ ଆସନ୍ତା ୬ ମାସ ମଧ୍ୟରେ ବ୍ରହ୍ମପୁର ରେ ସେଭେନ୍ ହିଲ୍ସ ର ଏକ ଶାଖା ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଅନ୍ୟ ହସ୍ପିଟାଲ୍ ସହ ଆଲୋଚନା ସମୟରେ ମଧ୍ଯ ସକରାତ୍ମକ ଉତ୍ତର ମିଳିଥିଲା। 

ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରବୀଣ ପଟ୍ଟନାୟକ, କିରଣ କୁମାର ପଣ୍ଡା, ସନ୍ତୋଷ ସାହୁ, ବିନୋଦ ସାବତ ଓ ଏନ. ନୀଳମାଧବ ପାତ୍ର ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରାମ ପ୍ରସାଦ ତ୍ରିପାଠୀ

ସଭାପତି, Odisha Development Forum 

ମୋ: 9717982250

Mail: odf2000@gmail.com

Horrific TRAFFIC PROBLEM in Brahmapur city; BJD govt failed to address the problem

In Bhubaneswar & Cuttack CMO Odisha govt is proposing 'Metro Rail', International Air Connectivity, International Infra, and International stadium etc etc. however in Brahmapur it is not even ready to approve few Over Bridges to reduce the horrific TRAFFIC PROBLEM in the city. Why? 

Neither the State Government fast-forwarding the Ring Road work, not merging sub-urban areas under BMC (where the traffic problem is worst) not it is approving flyovers at Gate Bazar, First Gate, Khallikote College and Kamapalli etc. 

Now a 'Bridge construction committee' constituted by government proposes to widen Roads now in Brahmapur & rejected flyovers at khallikote college & kamapalli. Question raises that during the last 24 yrs of BJD govt rule where this committee has gone? Why not they have approved it earlier??

It seems the Odisha government completely failed to address the horrific traffic problems in the southern Odisha city of Brahmapur. The Naveen Patnaik Govt severely neglecting Brahmapur and Ganjam District so in the near future the traffic problem not even seems to be shorted out 

#BERHAMPUR #TrafficproblemBerhampur #flyoverBerhampur #BrahmapurTraffic 

Friday, April 21, 2023

Berhampur Municipal Corporation purchases Amphibian Weed Harvester to clean ponds

Berhampur Municipal Corporation purchases Amphibian Weed Harvester to clean ponds. Amphibian Weed Harvester will play a vital role for de-weeding, cutting and collecting floating, submerged, underwater trash and keep the Ponds and Nalla clean in Brahmapur, District Ganjam (Odisha). Its really a GOOD INITIATIVE BY @BerhampurMunicipalCorporation  

ଆଶା BMC, ବ୍ରହ୍ମପୁର ର ପୋତି ହେଇଯାଉଥିବା ବନ୍ଧ ଗୁଡିକର ପୁନରୁଦ୍ଧାର ପାଇଁ କାମ କରିବ I


 

Wednesday, April 5, 2023

ପ୍ରସିଦ୍ଧ ବ୍ରହ୍ମପୁର ବୁଢି ଠାକୁରାଣୀ ଯାତ୍ରା ଆରମ୍ଭ: ଅସ୍ଥାୟୀ ପୀଠରେ ମା’ ସାଆନ୍ତାଣୀ

ରେଶମ ସହରର ପ୍ରସିଦ୍ଧ ଦ୍ବିବାର୍ଷିକ ମା’ ବୁଢି ଠାକୁରାଣୀ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଛି। ବୁଧବାର ଭୋରରେ ଦେବୀ ଦେଶୀବେହେରା ସାହି ସ୍ଥିତ ବାପା ଘରେ ବିଜେ କରିଛନ୍ତି। ଭକ୍ତମାନେ ଭୋରରୁ ଅସ୍ଥାୟୀ ପୀଠରେ ଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।

ମଙ୍ଗଳବାର ରାତି ୧୧.୪୦ରେ ବାପା ତଥା ଯାତ୍ରାର ମୁଖ୍ୟ ଆୟୋଜକ ପି.ଦୁର୍ଗାପ୍ରସାଦ ଦେଶୀବେହେରା, ମାଆ ପି.ଦେବକୀ ପଟୁଆରରେ ଠାକୁରାଣୀଙ୍କୁ ପାଛୋଟି ଆଣିବାକୁ ଦେବୀଙ୍କ ପ୍ରିୟ ଇଟିମଳା ଫୁଲ ମାଳ ଚିଙ୍ଗୁଡ଼ି ଧରି ଠାକୁରାଣୀ ମନ୍ଦିରକୁ ବାହାରିଥିଲେ। ପଟୁଆରରେ ସାମିଲ ଥିଲା ବାଦ୍ୟବାଜଣା, ପରଭାଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁ। ନୀତି ମୁତାବକ ମୂଳ ମନ୍ଦିରରେ ଦେଶୀବେହେରା ସପତ୍ନୀକ ପୂଜା କରିବା ପରେ ଆଜ୍ଞାମାଳ ମିଳେ। ତାହାକୁ ପି.ଦେବକୀ ଇଟିମଳା ଫୁଲ ଚାଙ୍ଗୁଡ଼ିରେ ରଖି ମୁଣ୍ଡରେ ବୋହି ଅସ୍ଥାୟୀ ପୀଠକୁ ଆଣିଥାନ୍ତି। ରାସ୍ତାରେ ଭକ୍ତମାନେ ଘର ଆଗରେ ଝୋଟି ପକାଇ, ପୂର୍ଣ୍ଣ କୁମ୍ଭ କଳସ ଥୋଇ, ନୂଆ ଲୁଗା ପକାଇ ମା’ଙ୍କୁ ସ୍ଵାଗତ ଜଣାଇଥିଲେ। ମା’ଙ୍କୁ ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ଶାଶୂ ଘର ବା ସ୍ଥାୟୀ ମନ୍ଦିରରୁ ବାପା ଘର ଦେଶୀବେହେରା ସାହିକୁ ପାଛୋଟି ଅଣାଯାଇ ଥିଲା।



ମା’ ସାଆନ୍ତାଣୀ ବିଜେ କରିବା ପୂର୍ବରୁ ଅସ୍ଥାୟୀ ପୀଠକୁ ଭଳିକି ଭଳି ଫୁଲରେ ସୁସଜ୍ଜିତ କରାଯାଇ ଥିଲା। ହର୍ଷ ଉଲ୍ଲାସର ସହିତ ଦେବୀ ଠାକୁରାଣୀଙ୍କୁ ଦେଶୀବେହେରା ସାହିକୁ ଅଣାଯାଇ ଥିଲା। ମେ ପହିଲା ରାତିରେ ଯାତ୍ରା ସମାପନ ସହ ଦେବୀ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ଯାତ୍ରା ସ୍ଥଳରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।
By Newsroom Odisha Network on April 5, 2023

Thursday, February 2, 2023

Virtual High Court to be inaugurated in Brahmapur on 03rd February, 2023

 ୩ ଫେବୃଆରୀ ରୁ ବ୍ରହ୍ମପୁର ରେ ଖୋଲିବ ଭରଚୁଆଲ ହାଇକୋର୍ଟ

Virtual High Court to be inaugurated in Brahmapur on 03rd February, 2023
Now there is No Need to go to Cuttack for High Court works.

Odisha’s nod for Green Hydrogen, RE projects in Ganjam

 


The High-Level Clearance Authority (HLCA) committee of the Odisha government on January 19th, 2023, approved the proposal of ACME Clean Energy, which entails an investment of Rs 58,209.13 crore.

It proposes to set up a green hydrogen plant as well a green ammonia plant with a capacity of 1.1 million tonne, at Kujanga, Jagatsinghpur and a captive renewable energy unit of 4500 MW solar power Plant at Koraput and Kalahandi district. A proposal of Avaada Green H2 at Ganjam district was also approved---it is likely to provide employment opportunities to about 1,500 people in the state. 

Additionally, HLCA okayed two other projects in the green energy and equipment sector---Renew EFuels Private Limited (REFPL) and Ocior Energy Private Limited which aims to provide employment to over 3,300 people of Odisha.

Friday, January 13, 2023

ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶ ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ରେଳରାଷ୍ଟ୍ର ମନ୍ତ୍ରୀଙ୍କୁ ଦେଲା ଦାବିପତ୍ର

ଓଡ଼ିଶା ର ସର୍ବ ପୁରାତନ ପ୍ରମୁଖ ରେଳ ଷ୍ଟେସନ ବ୍ରହ୍ମପୁର ର ବିକାଶ ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶର ଦାବିକୁ ଆଗାମୀ ରେଳ ବଜେଟରେ ସାମିଲ କରିବା ପାଇଁ ଆଜି 'ଓଡ଼ିଶା ଡେଭଲପମେଣ୍ଟ ଫୋରମ୍' କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଦେଲା ଦାବିପତ୍ର।

ଏହି ଦାବିପତ୍ର ରେ ଓଡ଼ିଶା ର ସର୍ବ ପୁରାତନ ବ୍ରହ୍ମପୁର ଷ୍ଟେସନ ବା ବ୍ରହ୍ମପୁର ପାଖରେ ଥିବା ସୋରଳ ବା ଜଗନ୍ନାଥପୁର ରେ ରେଳ ଗାଡି ରହିବା ଓ ଛାଡ଼ିବା ପାଇଁ Washing ଓ ଟର୍ମିନାଲ କଂପ୍ଲେକ୍ସ ର ନିର୍ମାଣ, ୧୦୦ ବର୍ଷ ପୁରୁଣା ଷ୍ଟେସନ କୋଠାର ସର୍ବାଙ୍ଗୀନ ବିକାଶ, ୫-୬ ନମ୍ବର ପ୍ଲାଟଫର୍ମ ର ନିର୍ମାଣ, ଲିଫ୍ଟ, କୋଚ ପୋଜିସନ ଡ଼ିସପ୍ଲେ ବୋର୍ଡ଼, ଆଲୋକ, ପାଣି, ଖାଇବା ର ସୁବ୍ୟବସ୍ଥା, ସବୁ ପ୍ଲାଟଫର୍ମ ରେ ଓ ଷ୍ଟେସନ ବାହାରେ ଶୌଚାଳୟ, ବ୍ରେଷ୍ଟ ଫିଡିଙ୍ଗ ଘର, ବିଶ୍ୱସ୍ତରୀୟ ଷ୍ଟେସନ କୋଠା ସହ ଭୁବନେଶ୍ୱର ରୁ ବ୍ରହ୍ମପୁର, ରାୟଗଡା ଓ ଦକ୍ଷିଣ ଓଡ଼ିଶା ଦେଇ ଗୋଟିଏ ରାଜଧାନୀ ଟ୍ରେନ ନୂଆଦିଲ୍ଲୀ କୁ ଚଳାଇବା ଓ ଲୋକାଲ ଟିକେଟ ବିକ୍ରି ମେସିନ ଶୀଘ୍ର ଖୋଲିବା ପାଇଁ ଦାବି କରାଯାଇ ଥିଲା।

ଏହା ସହ ବହୁ ପ୍ରତିକ୍ଷିତ

  • ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, 
  • ଗୋପାଳପୁର-ରାୟଗଡ଼ା, 
  • ଗୋପାଳପୁର-ତାଳଚେର, 
  • ଗୋପାଳପୁର-ନୟାଗଡ଼ ଭାୟା ତାରାତାରିଣୀ- ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, 
  • ଜୟପୁର-ମାଲକାନଗିରି
  • ମାଲକାନଗିରି- ନବରଙ୍ଗପୁର ରେଳପଥ 
  • ଓ ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା କୁ ଦାବି କରାଯାଇଥିଲା।

ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ, ଜୟପୁର, ପୁରୀ ଓ ଅନ୍ୟ ସହରକୁ ପ୍ରତିଦିନ ଏକ୍ସପ୍ରେସ ଟ୍ରେନ ଚଲାଇବା ଏବଂ ଭୁବନେଶ୍ବର ଓ ପୁରୀ ରେ ଅଟକି ଯାଉଥିବା ଅନେକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ଅନୁରୋଧ କରାଯାଇ ଥିଲା।

ଏଥତ ବ୍ୟତୀତ 

  • ଦକ୍ଷିଣ ଓଡ଼ିଶାର ଇଷ୍ଟଦେବୀ ମା' ତାରାତାରିଣୀ କିମ୍ବା 
  • ବରପୁତ୍ର ଯଥା ଉପେନ୍ଦ୍ର ଭଞ୍ଜ, 
  • କୃଷ୍ଣ ଚନ୍ଦ୍ର ଗଜପତି, 
  • ଚକରା ବିଶୋଇ, 
  • ଲକ୍ଷ୍ମଣ ନାୟକ ଙ୍କ 

ନାଁ ରେ ଦୂରଗାମୀ ରେଳ ଗାଡି ନାମ କରଣ କରିବା ପାଇଁ ଦାବି କରାଯାଇଥିଲା।      

ସୁଚନା ଯୋଗ୍ୟ ଅତି ପଛୁଆ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନ୍ଦୋଳନ କରି ଆସୁଛି। ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଙ୍କୁ ଅନେକ ଥର ଦାବିପତ୍ର ପ୍ରଦାନ କରି ଅନେକ ଦାବି ହାସଲ କରିଛି। କିନ୍ତୁ ଦକ୍ଷିଣ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଅନେକ କାମ କରିବାର ଆବଶ୍ୟକତା ରହିଛି।



ରାମ ପ୍ରସାଦ ତ୍ରିପାଠୀ 

ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

Mail: odf2000@gmail.com

40 years on, construction work of Berhampur stadium yet to be completed

Resentment is now brewing among the denizens due to the long delay in the construction work of Barrack stadium Berhampur.

Odisha government has been making tall claims of giving utmost importance to sports and boasting of transforming the State as the sports capital of the country. However, the much-exaggerated enterprise of the State government seems to be only confined to organising mega international tournaments by spending a lot of money from the State exchequer.

Barrack Stadium Berhampur

In one such instance, sports infrastructure continues to plague the Silk City of Odisha as construction of the largest stadium of South Odisha in Berhampur is yet to be completed even after 40 years of commencement of work.

Sportspersons of Berhampur have brought laurels for the State and the country time and again by performing splendidly in various national and international level tournaments. They have excelled in events like basketball, boxing and weightlifting. However, the State government has an indifferent approach towards these promising sportspersons. They are feeling neglected and frustrated as they are not able to practice and hone their skills further sans proper infrastructure thanks to the neglect and sheer apathy of the government, rued a local sportsperson.

Apart from the sportspersons, the senior citizens and fitness freaks of the city also depend upon the stadium for their morning and evening walks. However, they are getting deprived of the facility as the stadium gate is locked for years for construction and expansion activities.

Resentment is now brewing among the denizens due to the long delay in the construction work of the stadium. 

Questions have been raised over the intention of the government. Moreover, the sluggish work by the construction company has added further agony to their woes.

Though they have demanded the district administration for the completion of the stadium several times, their plea has fallen in deaf ears.

Sportspersons are facing a lot of problems due to the inordinate delay in the construction work of the stadium. They are not able to practice properly as not been allowed inside the stadium for years.

#Barrack_Stadium_Berhampur #Berhampur stadium