Live weather

Saturday, April 29, 2023

ବ୍ରହ୍ମପୁର ରେ ସୁପର-ସ୍ପେସିଆଲିଟୀ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ବିଶାଖାପାଟଣା ର ବିଭିନ୍ନ ଗ୍ରୁପ ସହ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ଆଲୋଚନା

ବ୍ରହ୍ମପୁର ରେ ସୁପର-ସ୍ପେସିଆଲିଟୀ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ବିଶାଖାପାଟଣା ର ବିଭିନ୍ନ ଗ୍ରୁପ ସହ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ଆଲୋଚନା 


ଗତ ୬୦ ବର୍ଷ ତଳୁ MKCG ମେଡ଼ିକାଲ କଲେଜ ବ୍ରହ୍ମପୁର ଠାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ଏହା ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବାରେ ବିଫଳ ହୋଇଛି। 

ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ନିରନ୍ତର ଚେଷ୍ଟା ପରେ ଟାଟା ଶିତଳାପଲ୍ଲୀ, ବ୍ରହ୍ମପୁର ଠାରେ ଏକ ହସ୍ପିଟାଲ ପ୍ରତିଷ୍ଠା କଲା କିନ୍ତୁ ଗତ ୪ ବର୍ଷ ତଳୁ ଏହାର କାମ ସରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ହସ୍ପିଟାଲ୍ ଜନସାଧାରଣ ସେବାରେ ଲାଗିପାରି ନାହିଁ। 

ତେଣୁ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ର ଅଧିକାଂଶ ସମ୍ପନ୍ନ ଲୋକ ବିଶାଖାପାଟଣା ରେ ଥିବା ବେସରକାରୀ ହସ୍ପିଟାଲ୍ ଉପରେ ନିର୍ଭର କରୁଥିବା ବେଳେ, ଗରିବ ଗୁରୁବା ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଦଲାଲ ମାନେ ଭୁବନେଶ୍ବର ଓ ବିଶାଖାପାଟଣା ର ବିଭିନ୍ନ ହସ୍ପିଟାଲ୍ ରେ ଚିକିତ୍ସା କରିଦେବାକୁ କହି ଗରିବ ଗୁରୁବା ଙ୍କୁ ଲୁଟିବା ସହ ସେମାନଙ୍କୁ ସର୍ବସ୍ବାନ୍ତ କରିଦେଉ ଛନ୍ତି ଓ ଏହି କାମରେ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ର ଅଧିକାଂଶ ହସ୍ପିଟାଲ୍ କର୍ମଚାରୀ ସମ୍ପୃକ୍ତ ଥିବା ଗତ ଦିନରେ ସାମ୍ନାକୁ ଆସିଛି।

ତେଣୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଦସ୍ୟ ମାନେ ଗତ କାଲି ବିଶାଖାପାଟଣା ର ସେଭେନ୍ ହିଲ୍ସ, କେୟାର, ମାହାତ୍ମ୍ୟ ଗାନ୍ଧୀ ଭଳି ବିଭିନ୍ନ ବେସରକାରୀ ହସ୍ପିଟାଲ୍ ସହ ଆଲୋଚନା କରି  ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ସ୍ଥାନରେ ସେମାନଙ୍କ ସୁପର-ସ୍ପେସିଆଲିଟୀ

ହସ୍ପିଟାଲ୍ ବା ଶାଖା ହସ୍ପିଟାଲ୍ ପ୍ରତିଷ୍ଠା କରି ଦକ୍ଷିଣ ଓଡ଼ିଶା ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନୁରୋଧ କରଯାଇଥିଲା।

ବର୍ତ୍ତମାନ ବ୍ରହ୍ମପୁରରେ IISER ଭଳି ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ, ବିଶ୍ଵବିଦ୍ୟାଳୟ ଥିବା ବେଳେ ବନ୍ଦର, କଳକାରଖାନା ଓ ପର୍ଯ୍ୟଟନ ର କେନ୍ଦ୍ର ଭାବେ ବିକଶିତ ହେଉଥିବା ଯୋଗୁଁ ସବୁ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ଖୁସି ବ୍ୟକ୍ତ କରିଥିଲେ। 

ସେଭେନ୍ ହିଲ୍ସ ହସ୍ପିଟାଲ୍ ଜିଏମ, ସିଇଓ ଓ ମାର୍କେଟ ମ୍ୟାନେଜର ଙ୍କ ସହ ଆଲୋଚନା ସମୟରେ ଆସନ୍ତା ୬ ମାସ ମଧ୍ୟରେ ବ୍ରହ୍ମପୁର ରେ ସେଭେନ୍ ହିଲ୍ସ ର ଏକ ଶାଖା ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଅନ୍ୟ ହସ୍ପିଟାଲ୍ ସହ ଆଲୋଚନା ସମୟରେ ମଧ୍ଯ ସକରାତ୍ମକ ଉତ୍ତର ମିଳିଥିଲା। 

ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରବୀଣ ପଟ୍ଟନାୟକ, କିରଣ କୁମାର ପଣ୍ଡା, ସନ୍ତୋଷ ସାହୁ, ବିନୋଦ ସାବତ ଓ ଏନ. ନୀଳମାଧବ ପାତ୍ର ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରାମ ପ୍ରସାଦ ତ୍ରିପାଠୀ

ସଭାପତି, Odisha Development Forum 

ମୋ: 9717982250

Mail: odf2000@gmail.com

No comments:

Post a Comment