Live weather

Friday, August 30, 2019

ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ: ମନ୍ତ୍ରୀ ପ୍ରତାପ ଜେନା

Image may contain: text

👉👉👉ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ (AS TOLD BY THE MINISTER)
👉👉ଲାଗୁ ହେବାର ପ୍ରଥମ ଦିନ ରେ ITMS ମାଧ୍ୟମରେ ୧୩ ଜଣ ଖିଲାପକାରୀ ମୋଟର ସାଇକେଲ ଚାଳକଙ୍କୁ ୧୧୦୦ ଟଙ୍କାରୁ ଆରମ୍ଭ କରି ୨୬୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ପାଇଁ ମୋବାଇଲକୁ ନୋଟିସ ଜାରି ହୋଇଅଛି । ସେଥି ମଧ୍ୟରୁ ୨ ଜଣ ମହିଳା ଅଛନ୍ତି ।
ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ। 
ବ୍ରହ୍ମପୁର ଗସ୍ତରେ ଆସି ବିଏମ୍‌ସିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ବିଏମ୍‌ସି ପରିସରରେ ପ୍ରାୟ ୭ କୋଟି ଟଙ୍କା ବିନିମୟରେ ସହରର ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଦିଗରେ କାନାଡା ଟେକ୍ନୋଲୋଜିରେ ପ୍ରସ୍ତୁତ ଇଣ୍ଟିଗ୍ରେଟେଡ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ଓ ସିଟି ସର୍ଭେଲାନ୍ସ ସିଷ୍ଟମର ମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

No comments:

Post a Comment